Odisha news

ସାଇ ହାୟାର ସେକେଣ୍ଡାରୀ ସ୍କୁଲରେ ମେଧାବୃତ୍ତି ପରୀକ୍ଷା

0

ବାରିପଦା  : ତକତପୁର ସ୍ଥିତ ହାୟାର ସେକେଣ୍ଡାରୀ ସ୍କୁଲ(ସାଇ କଲେଜ) ପକ୍ଷରୁ ସାଇ ଜିନିୟସ ଟେଷ୍ଟ ମେଧାବୃତ୍ତି ପରୀକ୍ଷାରେ ଅନୁଷ୍ଠିତ ହୋଇଯାଇଛି । ମାଟ୍ରିକ୍ ପରୀକ୍ଷା ଦେଇଥିବା ୫୩୧ ଜଣ ଛାତ୍ରଛାତ୍ରୀ ଏବଂ ପ୍ରାୟତଃ ୫୦୦ ଅଭିଭାବକ ଏହି ମେଧାବୃତ୍ତି ପରୀକ୍ଷାରେ ଯୋଗଦାନ କରିଥିଲେ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୧୦ହଜାର ଟଙ୍କାର ମେଧାବୃତ୍ତି ରାଶି ମିଳିବା ସହ ସାଇ ହାୟାର ସେକେଣ୍ଡାରୀ ସ୍କୁଲରେ +୨ବିଜ୍ଞାନ ଏବଂ କଳା ବିଭାଗରେ ନାମ ଲେଖାଇବାର ସୁଯୋଗ ଉପଲବ୍ଧ ହେବ । ମାର୍ଚ୍ଚ ୨୧ ଠାରୁ ସମର କୋର୍ସ ଆରମ୍ଭ ହେବ । ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଛାତ୍ରୀ ଆଗାମୀ ୧୭ମାର୍ଚ୍ଚରେ ପୁନଶ୍ଚ ମେଧାବୃତ୍ତି ପରୀକ୍ଷା ଦେଇପାରିବେ । ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ ପୌରହିତ୍ୟ କରିଥିବା ବେଳେ କଲେଜ ଚେୟାରମ୍ୟାନ୍ ଅମୀୟ ଶଙ୍କର ସାହୁ, ଉପାଧ୍ୟକ୍ଷ ଜ୍ୟୋତି ଶଙ୍କର ମିଶ୍ର, ସାଇ ଡିଗ୍ରି କଲେଜର ଅଧ୍ୟକ୍ଷ ଡଃ ରଣଜିତ କୁମାର ସାହୁ, ବିନୟ ମାଣ୍ଡୋଇ ଓ ଜ୍ଞାନେନ୍ଦ୍ର ମହାକୁଡ ପ୍ରମୁଖ ବକ୍ତବ୍ୟ ଦେଇ ବିଦ୍ୟାର୍ଥୀଙ୍କୁ ଉସôାହିତ କରିଥିଲେ । କଲେଜର ଶିକ୍ଷକମଣ୍ଡଳୀ, କର୍ମଚାରୀବୃନ୍ଦ ଏବଂ ଶୁଭେଚ୍ଛକ ମାନଙ୍କ ଆନ୍ତରିକ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ କଲେଜ ଚେୟାରମ୍ୟାନ୍ ଅମୀୟ ଶଙ୍କର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Nalco
Leave A Reply