ବାରିପଦା : ବିଶ୍ୱ ଲାଇନ ମ୍ୟାନ ଦିବସକୁ ନିଆରା ଢଙ୍ଗରେ ଦୁଇ ଜଣ ଲାଇନ ମ୍ୟାନ ପାଳନ କରିଛନ୍ତି । ଦିବସ ଅବସରରେ ସୋମବାର ବାରିପଦା ସ୍ଥିତ ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ଭାବେ ଦୁଇଜଣ ଲାଇନ ମ୍ୟାନ ରକ୍ତଦାନ କରିଛନ୍ତି । ଲାଇନ ମ୍ୟାନ ଦିବସରେ ସମାଜ ପ୍ରତି ଉଷର୍ଗୀକୃତ କାର୍ଯ୍ୟ କରିବା ପାଇଁ ରକ୍ତଦାନ ପରି ମହତଦାନ କରିଛନ୍ତି । ଦୁଇଜଣ ହେଲେ ଟାଟା ପାୱାର ନର୍ଦ୍ଧନ ଓଡ଼ିଶା ବିଦୁ୍ୟତ ବିତରଣ ସଂସ୍ଥା (ଟିପିଏନଓଡିଏଲ)ର ବାରିପଦା ଡିଭିଜନ ଅନ୍ତର୍ଗତ କୁଳିଅଣା ସେକ୍ସନର ଲାଇନମ୍ୟାନ ତପନ କୁମାର ମହାନ୍ତ ଏବଂ ସୁକାନ୍ତ କୁମାର ମହାନ୍ତ । ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିଅନର ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରାଙ୍କ ନିଦେ୍ର୍ଦଶକ୍ରମେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ରକ୍ତଦାନ କରିଥିବା ନେଇ ସେମାନେ କହିଛନ୍ତି । ରକ୍ତଭଣ୍ଡାରର କର୍ମଚାରୀ ମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ସମୟରେ ଦେବାଶିଷ ବେହେରା, କେଦାର କୁମାର ସିହ୍ନା, ସିଧେଶ୍ୱର ମହାପାତ୍ର, ପ୍ରତୀକ ମହାପାତ୍ର ଓ ମହେନ୍ଦ୍ରନାଥ ମହାନ୍ତ ପ୍ରମୁଖ ବିଦୁ୍ୟତ୍ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।