ବାରିପଦା : ଏଆଇଡିଏସଓ ପକ୍ଷରୁ ବାରିପଦା ସ୍ଥିତ ପୁନ୍ୟୟା ସରକାରୀ ମହିଳା ବାଳିକା ହଷ୍ଟେଲରେ ସାରା ଭାରତ କଳା ଦିବସ ପାଳିତ ହୋଇଯାଇଛି । ସଂଯୁକ୍ତା କିଷାନ ମୋର୍ଚ୍ଚା ଏବଂ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସଂଗଠନ ମାନଙ୍କ ଡାକରାରେ ସାରା ଭାରତ କଳା ଦିବସ ସାରା ଭାରତରେ ପାଳନ କରାଯାଇଛି । ଦୀର୍ଘଦିନ ହେଲା ଚାଷୀ ମାନେ ଦିଲ୍ଲୀ ଦରବାରେ ଆନେ୍ଦାଳନ କରୁଛନ୍ତି ତାଙ୍କର ବିଭିନ୍ନ ଦାବିକୁ ନେଇକି ଏବଂ ଚାଷୀ ମାନଙ୍କର ବର୍ବର ଆକ୍ରମଣରେ ଶୁଭ କରଣ ସିଂ ନାମକ ଜଣେ ଚାଷୀ ଶହୀଦ ମଧ୍ୟ ହୋଇଛନ୍ତି । ଏହାର ପରିପ୍ରେକ୍ଷୀରେ ଆଜିର କଳା ଦିବସ ସାରା ଭାରତରେ ପାଳନ କରାଯାଇଛି । ତେଣୁ ଦିଲ୍ଲୀରେ ଚାଲିଥିବା ଚାଷୀ ଆନେ୍ଦାଳନକୁ ଶକ୍ତିଶାଳୀ କରିବା ପାଇଁ ଆହୁରି ଦୃଢ ସମର୍ଥନ ଦେବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି ଏବଂ ଅନ୍ନଦାତା ମାନଙ୍କର ଦାବି ପୂରଣ ହେଉ ଏବଂ ପୋଲିସର ଯେଉଁଭଳି ଚାଷୀଙ୍କ ଉପରେ ଆକ୍ରମଣ କରୁଛନ୍ତି ତାହାକୁ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହି କାର୍ଯ୍ୟକ୍ରମର ଏଆଇଡିଏସଓର ମୟୂରଭଞ୍ଜ ଜିଲ୍ଲା କମିଟି ସଦସ୍ୟ କମ୍ରେଡ ବୁଦୁନି ବାନରା ନେତୃତ୍ୱ ନେଇଥିବାବେଳେ ଅଞ୍ଜଳି ବାରିକ, ସୁମି ହେମ୍ବ୍ରମ, ବର୍ଷା ଦଳେଇ, ନମିତା ମର୍ଣ୍ଡି, ଗଙ୍ଗା ମାଝୀ, ଜୟଶ୍ରୀ ବେହେରା, ସୁମୀ ଜାରିକା ଓ ସନ୍ତୋଶୀ ନାଏକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।