ବାରିପଦା : ଏଆଇଡିଏସ୍ଓ ମୟୂରଭଞ୍ଜ ଜିଲ୍ଲା କମିଟି ଉଦ୍ୟୋଗରେ ବାରିପଦା ସ୍ଥିତ ପୁନ୍ୟତ୍ତୟା ସରକାରୀ ବାଳିକା ଗେ୍ଧଲ, କଲୋନୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆପୋଷହୀନ ଧାରାର ମହାନ୍ ସ୍ୱାଧୀନତା ସଂଗ୍ରାମୀ ଧର୍ମନିରପେକ୍ଷବାଦୀ ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳନ କରାଯାଇଛି । ନେତାଜୀଙ୍କ ଜୀବନ ସଂଗ୍ରାମରୁ ଶିକ୍ଷା ନେଇ ସାମ୍ପ୍ରତିକ ସମାଜରେ ଦେଖା ଯାଉଥିବା ସମସ୍ତ ପ୍ରକାର ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୋଧରେ ଆପୋଷହୀନ ସଂଗ୍ରାମ କରିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନେତୃତ୍ୱରେ ନେଇଥିଲେ ଏଆଇଡିଏସ୍ଓ ମୟୂରଭଞ୍ଜ ଜିଲ୍ଲା କମିଟି ସମ୍ପାଦକ ଫୁଲଚାନ୍ଦ ଲୋହାର, ସଂଗଠନର ଜିଲ୍ଲା ଅଫିସ ସମ୍ପାଦକ ଯତୀନ ବାନରା, ସଂଗଠନର ଜିଲ୍ଲା କମିଟି ସଦସ୍ୟ ବୁଦୁନି ବାନରା, ମାନସିଂ ହୋ ଓ ମଙ୍ଗଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।