Odisha news

୨ଦିନିଆ ସର୍ବଭାରତୀୟ ପାରମ୍ପରିକ ଯୋଗାସନ ପ୍ରତିଯୋଗୀତା ଅନୁଷ୍ଠିତ

0

ବାରିପଦା : ବାରିପଦା ସହିଦ ସ୍ମୃତି ଭବନରେ ମହାଶକ୍ତି ଗାୟତ୍ରୀ ଚାରିଟେବୁଲ ଟ୍ରଷ୍ଟ, ପୁରୀ ତରଫରୁ ଦୁଇ ଦିନିଆ ସର୍ବଭାରତୀୟ ପାରମ୍ପରିକ ଯୋଗାସନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟର କ୍ରୀଡା କାଉନ୍ସିଲ ସମ୍ପାଦକ ଡାଃ ପ୍ରଭଞ୍ଜନ ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବେ ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ଦାସ, ମହାଶକ୍ତି ଗାୟତ୍ରୀ ଚାବ୍ରିଟେବୁଲ ଟ୍ରଷ୍ଟ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ କାଳି ଚରଣ ମିଶ୍ର ଓ ସାଂସ୍କୃତିକ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ ଉପସ୍ଥିତ ଥିଲେ । ୨ଦିନ ଧରି ଚାଲିଥିବା ଏହି ସର୍ବଭାରତୀୟ ପାରମ୍ପରିକ ଯୋଗାସନ ପ୍ରତିଯୋଗିତାରେ ଓଡିଶା ସମେତ ତାମିଲନାଡୁ, ଝାଡ଼ଖଣ୍ଡ, ତ୍ରିପୁରା, ହାଇଦ୍ରାବାଦରେ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଭାଗ ନେଇଥିଲେ । ୮ବର୍ଷରୁ ୪୦ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ଉଭୟ ବାଳକ, ବାଳିକା ଏବଂ ପୁରୁଷ, ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । କୁନି କୁନି ପିଲାଙ୍କ ଯୋଗାସନ ଦେଖି ଦର୍ଶକ ଅବାକ ହୋଇଯାଇଥିଲେ । ଏହି ଯୋଗାସନ ପ୍ରତିଯୋଗିତାରେ ବିଚାରକ ଭାବେ ସନ୍ତୋଷ କୁମାର ବିଶ୍ୱାଳ, ନରେଶ ଗଡ଼ ତାଲା, ବିକ୍ରମ ଦେବନାଥ, ହିମାନି ପାତ୍ର ଓ ଅଭିଷେକ ପଣ୍ଡା ଯୋଗଦେଇଥିଲେ ଓ ଜୁନିଅର ବିଭାଗରେ କ୍ରିଷ୍ଣା ଦାସ (ଓଡିଶା) ଚମ୍ପିୟାନ ହୋଇଥିବା ବେଳେ ମାନ୍ଦା ହାନଭିକା (ହାଇଦ୍ରାବାଦ) ପ୍ରଥମ ରନର୍ସ ଅପ ଓ ଶାଶ୍ୱତ କୁମାର ରଞ୍ଜିତ (ଓଡିଶା) ଦ୍ୱିତୀୟ ରନର୍ସ ଅପ ହୋଇଥିଲେ ଓ ସିନିଅର ବିଭାଗରେ ଓଡିଶାର ଗାର୍ଗୀ ଗୀତିକା ଦାସ ଚମ୍ପିୟାନ ହୋଇଥିବାବେଳେ ଦେବାଶିଷ ବାରିକ ପ୍ରଥମ ଏବଂ ଗୌରାଙ୍ଗ ବେହେରା ଦ୍ୱିତୀୟ ରନର୍ସ ଅପ ହୋଇଥିଲେ । ଉଦ୍ୟାପନୀ ଉତ୍ସବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ କୁନିକୁନି ପିଲାମାନଙ୍କୁ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ମଧ୍ୟ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ବାରିପଦା ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଅଧକ୍ଷ ଜ୍ୟୋତି ରଞ୍ଜନ ଦାଶ ଓ ଅନ୍ୟାନ୍ୟ ସଦସ୍ୟ ସୁଚାରୁ ରୁପେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟକ ହୋଇଥିଲେ ।

Govt
Leave A Reply