Odisha news

ପିଆରଏମ୍ର ବିଭିନ୍ନ ଅବ୍ୟବସ୍ଥା ନେଇ ମୁହଁ ଖୋଲିଲା ଭଞ୍ଜସେନା

0

ବାରିପଦା : ପଣ୍ଡିତ ରୁଘନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ବାରମ୍ବାର ଦେଖାଯାଉଥିବା ବିଭିନ୍ନ ଅବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଛି ଭଞ୍ଜସେନା । ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହସ୍ପିଟାଲର ଡାଇରିଆ ୱାର୍ଡଟି ହସ୍ପିଟାଲ ବାହାରଭାଗରେ ଥିବାବେଳେ ଏହି ୱାର୍ଡକୁ ହସ୍ପିଟାଲ ପରିସରକୁ ସ୍ଥାନାନ୍ତରିତ କରାଯାଇଛି । ଫଳରେ ଏବେ ଭୟାବହ କରୋନା ପରିସ୍ଥିତି ଥିବାବେଳେ ଡାଇରିଆ ସଂକ୍ରମଣ ହେବାର ସମ୍ଭାବନା ରହିଛି ।

ଏଥିସହ ପୁରୁଣା ଡାଇରିଆ ୱାର୍ଡର ଗୃହଗୁଡିକ ନିରାୟମ ଔଷଧର ଗୋଦାମ ଘୋର ପାଲଟିଛି । ଏନେଇ ଭଞ୍ଜସେନା ପକ୍ଷରୁ ପିଆରଏମ୍ ସୁପରିଟେଣ୍ଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ଡାଇରିଆ ୱାର୍ଡଟିର ମରାମତି କାମ ସରିଥିବାବେଳେ ପିଏଚ୍ଡି କାମ ସରିନଥିବାରୁ ଏହି ଡାଇରିଆ ୱାର୍ଡଟି କାର୍ଯ୍ୟକ୍ଷମ ହୋଇପାରିନାହିଁ ବୋଲି ସଫେଇ ଦେଇଥିଲେ । ଏନେଇ ସଂଗଠନ ପିଏଚ୍ଡି ନିର୍ବାହୀଯନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିବାବେଳେ ନିର୍ବାହୀଯନ୍ତ୍ରୀ ୭ରୁ ୧୫ଦିନ ମଧ୍ୟରେ ପିଏଚ୍ଡି କାମ ସମାପ୍ତ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଅପରପକ୍ଷରେ ତୁରନ୍ତ ଉକ୍ତ ସମସ୍ୟା ସମାଧାନ ନହେଲେ ଭଞ୍ଜସେନା ପକ୍ଷରୁ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ସମ୍ପାଦକ ରାକେଶ ମହାନ୍ତି, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର ଓ ସଞ୍ଜୟ ମହାନା ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply