Odisha news

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରଚେଷ୍ଟାରେ ଭଞ୍ଜପୁର-ପୁରୀ ଟ୍ରେନ ଚଳାଚଳ ଅବଧି ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା

0

ବାରିପଦା  : ବାରିପଦାର ଭଞ୍ଜପୁର ଠାରୁ ସପ୍ତାହରେ ଦୁଇଦିନ ପୁରୀ ଯାଉଥିବା ଏକମାତ୍ର ଟ୍ରେନ ଅବଧି ଶେଷ ହୋଇଆସୁଥିବା ବେଳେ ଏହାକୁ ଜାରି ରଖିବା ପାଇଁ ଜନସାଧାରଣରେ ବାରମ୍ବାର ଦାବୀ ହୋଇଆସୁଥିଲା । ତେବେ ଜନସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରଚେଷ୍ଟାରେ ଭଞ୍ଜପୁର-ପୁରୀ ସାପ୍ତାହିକ ଟ୍ରେନ ଚଳାଚଳର ଅବଧି ଡିସେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି ରେଳ ବିଭାଗ । ଏପରି କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପକ୍ଷରୁ ଇଂ ଟୁଡୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply