ବାରିପଦା : ଆନ୍ଧ୍ରପ୍ରଦେଶ ରାଜ୍ୟର କୂପ୍ପମ ର ଗୁଡପାଲି ଠାରେ ଚଳିତ ଅକ୍ଟୋବର ମାସ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ବିଜ୍ଞାନ ଭିତ୍ତିକ ଗଠନ ମୂଳକ ତାଲିମ କାର୍ଯ୍ୟକ୍ରମ “କାନଷ୍ଟ୍ରାକଟିଭିଜମ’ରେ ଓସେପା ଚିଠି ପତ୍ରାଙ୍କ ସଂଖ୍ୟା ୧୦୪୯୪ ତାରିଖ ୦୭.୦୯.୨୦୨୩ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଗଣିତ ଓ ୩ ଜଣ ବିଜ୍ଞାନ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଛନ୍ତି । ସେମାନେ ହେଲେ କପ୍ତିପଦା ବ୍ଲକର ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୌଡ଼ଗାଁର ଗଣିତ ଶିକ୍ଷକ ରସାନନ୍ଦ ବେହେରା, ଖୁଣ୍ଟା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁକୁରାର ଗଣିତ ଶିକ୍ଷକ ରାଧାକୃଷ୍ଣ ନାଥ, ବଡ଼ସାହି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, କୁଳିଅଣାର ଗଣିତ ଶିକ୍ଷୟତ୍ରୀ ବାଣିଶ୍ରୀ ସିଂହ, ଖୁଣ୍ଟା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ଧାନଘେରାର ବିଜ୍ଞାନ ଶିକ୍ଷକ ଜୟନ୍ତ କୁମାର ଛାଟିଆ, ଉଦଳା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ବୈରାଟପୁରର ବିଜ୍ଞାନ ଶିକ୍ଷକ ଦୀପକ କୁମାର ପୃଷ୍ଟି, ବାରିପଦା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରୀପଦଗଞ୍ଜର ବିଜ୍ଞାନ ଶିକ୍ଷୟତ୍ରୀ ସୁଲୋଚନା ମଙ୍ଗରାଜ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ତାଲିମ ନେଇ ଆସିଲା ପରେ ଜିଲ୍ଳାରେ ପାଠକ ପାଠିକା ମାନଙ୍କର ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ସୁଦୃଢ ହୋଇପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।