Odisha news

ପୁରୁଣା ମାପରେ ଆଡିବନ୍ଧ ନିର୍ମାଣ ଦାବୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବୀ ଜଣାଇଲେ ମଧୁବନ ବାସୀ

0

ବାରିପଦା : ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱରେ ରିଂରୋଡ଼ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାରୁଣୀ ଘାଟ ଠାରୁ ଶିରିଡିସାଇ ବାବା ମନ୍ଦିର ପର୍ଯ୍ୟଟ ୧୫୪ କୋଟି ଟଙ୍କା ମଞ୍ଜୁର ହୋଇଛି । ତେବେ ବୁଢାବଳଙ୍ଗ ନଦୀ ପୋଲ (ମଧୁବନ)ର ଉଭୟ ପାର୍ଶ୍ୱରେ ଦୀର୍ଘ ୫୦ବର୍ଷ ହେବ ୧୦୦୦ରୁ ଉର୍ଦ୍ଧ ପରିବାର ସ୍ଥାୟୀ ଭାବରେ ରହିଆସୁଛନ୍ତି । ରିଂରୋଡ଼ ନିର୍ମାଣ ପାଇଁ ବିଗତ ମାର୍ଚ୍ଚ ମାସରେ ୫ଟି ସଚିବ ବାରିପଦା ଗସ୍ତରେ ଆସିଥିବା ସମୟରେ ଇରିଗେସନ ବିଭାଗ ପକ୍ଷରୁ ଯେଉଁ ମାପ ଦିଆଯାଇଥିଲା ସେଥିରେ ପୋଲୋର ଉଭୟ ପାର୍ଶ୍ୱରେ ୧୪ରୁ ୧୫ଟି ଘର ଉଚ୍ଛେଦ ହେଉଥିଲା କିନ୍ତୁ ଏବେ ଯେଉଁ ମାପ ଦିଆଯାଉଛି ସେଥିରେ ୨୫୦ ରୁ ଉର୍ଦ୍ଧ ଘର ଉଛେଦ ହେଉଥିବାର ଅନୁମାନ କରାଯାଉଛି । ଏହାକୁ ବିରୋଧ କରି ଆଜି ମଧୁବନ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ବିଭିନ୍ନ ଦାବିରେ ଅଭିଯୋଗ ଜଣାଇଥିଲେ । ଦାବୀ ଗୁଡିକ ମଧ୍ୟରେ ୫ଟି ସଚିବଙ୍କ ଗସ୍ତ ସମୟରେ ଦିଆଯାଇଥିବା ମାପ ଅନୁଯାୟୀ ରିଂରୋଡ଼ ନିର୍ମାଣ କରାଯିବା ଏବଂ ଯେଉଁ ଘରଗୁଡିକ ବିସ୍ଥାପିତ ହେବ ତୁରନ୍ତ ସେହି ପରିବାରକୁ ଥଇଥାନ କରାଯିବାକୁ ଦାବୀ କରିଥିଲେ । ଜିଲ୍ଲାପାଳ ସମସ୍ତ କଥା ଶୁଣିବା ପରେ ସେ ନିଜେ ଯାଇ ଘଟଣାର ଅନୁଧ୍ୟାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ରାକେଶ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ମଧୁବନ ଅଞ୍ଚଳର ଅଧିବାସୀ ଗୀତାଞ୍ଜଳି ଦାସ, ଜୟନ୍ତୀ ଦାସ, କବିତା ଭୋଇ, ମାଳତୀ ବେହେରା, ଭାନୁମତୀ ଦାସ, ରବୀନ୍ଦ୍ର ଦଳେଇ, ସନା ସିଂ, ରାଜେଶ ଚାନ୍ଦ, ରାକେଶ ପୃଷ୍ଟି, ସୋନୁ ରାମ, ବିଜୁ ପାତ୍ର, ବିନଦ ସାହୁ, ବାସୁ ସୋରେନ, କନକ ଲତା ରାଉତ, ଝରଣା ପ୍ରଧାନ, ରତନ ପଣ୍ଡିତ ଓ ଭାସ୍କର ବେହେରା ପ୍ରମୁଖ ବହୁ ସଂଖ୍ୟରେ ଉପସ୍ଥିତ ଥିଲେ ।

Govt
Leave A Reply