Odisha news

ରାଣୀଭୋଳ ବାଳିକା ଉଚ୍ଚ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ ସମ୍ମିଳନୀ

0

ବାରିପଦା  : ବାରିପଦା ବ୍ଲକ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳନା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଣିଭୋଳ ଠାରେ “ସହଭାଗୀ ରୂପେ ଅଭିଭାବକ” – “ଆମେ ଜାଣିବା ଆମେ ଜିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମଚନ୍ଦ୍ର ସୋରେନ୍, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କୃଷି ଅଧିକାରୀ, ଉଦ୍ୟାନ କୃଷି ବିଭାଗର ବିଭାଗୀୟ ଅଧିକାରୀ, ପ୍ରାଣୀସମ୍ପଦ ବିକାଶ ବିଭାଗର ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବାରିପଦା, ବ୍ଲକ ସମ୍ପ୍ରସାରଣ ଅଧିକାରୀଣୀ, କେସିପୁର ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସିଦ ମୁର୍ମୁ ପ୍ରମୁଖ ସଭାରେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଛାତ୍ରୀମାନଙ୍କ ବିଭିନ୍ନ ବିଷୟ ପାଠପଢା, ସ୍ୱାସ୍ଥ୍ୟ ସୁରକ୍ଷା, ଖାଦ୍ୟପେୟ ଆଦି ବିଷୟରେ ଆଲୋଚନା ହୋଇଥିଲା । ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବକୃତା, ସୃଜନଶିଳ ଲିଖନ, ଚିତ୍ରାଙ୍କନ, ରୋଙ୍ଗଲି ଆଦି ପ୍ରତିଯୋଗୀତାରେ ଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଓ ଫଟୋଗ୍ୟାଲେରୀ ପ୍ରଦର୍ଶିତ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ନନ୍ଦିତା ସାଉ କାର୍ଯ୍ୟ ପରିଚାଳନା କରିଥିଲେ । ସହକାରୀ ଶିକ୍ଷକ ବଳରାମ ମହାନ୍ତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ ଦୀପକ କୁମାର ସେଠୀ, ସମୀର କୁମାର ଜେନା, ସୁପ୍ରଭା ବେରା, ଅନୋଜ ନାଏକ, ରଶ୍ମୀପ୍ରଭା ସେଠୀ, ମନାଲିଶା ଚକ୍ରବର୍ତ୍ତି, ସଂଜୁଲତା ମହାନ୍ତ, ଉଷାରାଣୀ ପଣ୍ଡା, ମନୋରଞ୍ଜନ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply