ବାରିପଦା : ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଗପେଶ୍ୱର ଭଦ୍ରା(୨୮)ଙ୍କୁ ୨ବର୍ଷ କାରାଦଣ୍ଡ ସହ ୩ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୧୪ ଅକ୍ଟୋବର ୩ତାରିଖରେ ଯଶିପରୁ ଥାନା ଅଞ୍ଚଳର ଜନୈକ ନାବାଳିକା ଜଣଙ୍କ ଟିଉସନ୍ ସାରି ଘରକୁ ଫେରୁଥିବାବେଳେ ଉକ୍ତ ଅଞ୍ଚଳର ଗପେଶ୍ୱର ଭଦ୍ରା ନାବାଳିକାଙ୍କୁ ଅପହରଣ କରିନେଇଥିଲ । ପରେ ଉକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଯଶିପୁର ଥାନାରେ ୧୧୨/୧୪ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ପରେ ଅଭିଯୁକ୍ତ ଗପେଶ୍ୱର ଭଦ୍ରାଙ୍କୁ କେନ୍ଦୁଝର ଅଞ୍ଚଳରୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଶୁକ୍ରବାର ୮ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।