ବ୍ରହ୍ମପୁର : ସ୍ଥାନୀୟ ଜୁନିଅର ଖଲ୍ଲିକୋଟ ମହାବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l
” ପୋକସୋ ଆକ୍ଟ, ଭିକ୍ଟିମ କମ୍ପନସେସନ ଏବଂ ସାଇବର ଲ ” ବିଷୟ ଉପରେ ଆଧାର କରି ଏହି ସଚେତନତା ଶିବିର ଆୟୋଜନ କରାଯାଇଥିଲା l ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବି ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ତଥା ଆଇନଜୀବୀ ଡ଼. ମିନାକ୍ଷୀ ଦେବୀ, ପି.ଏଲ.ଏ.ପି.ୟୁ.ଏସ ସଦସ୍ୟା ଶ୍ରୀମତୀ ସବିତା ସାହୁକାର, ବ୍ରହ୍ମପୁର ସାଇବର ଥାନା ଡି.ଏସ. ପି ଶ୍ରୀ ଏ.କେ ନାୟକ, ଉକ୍ତ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟା ପଟ୍ଟନାୟକ, ଅଧ୍ୟାପିକା ମୋନାଲିସା ସାହୁ ଏବଂ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l