ଟାଟା ବିରୋଧରେ ତଥା ନିଜ ଜନ୍ମ ଭୂମି ଓ ଉର୍ବର ଜମି ସୁରକ୍ଷା ଆନ୍ଦୋଳନ କରି ଜେଲରେ ଥିବା ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣଙ୍କୁ ମୁକ୍ତି ପାଇଁ ଜନ ଅଭିଯାନ ଯାତ୍ରା ଆରମ୍ଭ
ଏ ମାଟିର ସୁରକ୍ଷା ନିମନ୍ତେ ଟାଟା ବିରୋଧରେ ପୁର୍ନବାର ଲଢେଇ ହେବ
ଛତ୍ରପୁର ୨୨/୯ : ଟାଟା ବିରୋଧରେ ଆନ୍ଦୋଳନ କରି ବ୍ରହ୍ମପୁର ଜେଲରେଥିବା ତଥା ନିଜ ଜନ୍ମ ଭୂମି ଓ ଉର୍ବର ଜମି ସୁରକ୍ଷା ଆନ୍ଦୋଳନ ଏବଂ ଗଣସଂଗ୍ରାମ ସମିତିର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀଙ୍କ ସମେତ ୧୩ଜଣ ଙ୍କୁ ମୁକ୍ତି ପାଇ ଜନ ଅଭିଯାନ ଯାତ୍ରା ଶୁକ୍ରବାର କାଳିପଲ୍ଲୀ ଓ ପି.ଲକ୍ଷ୍ମୀ ଗ୍ରାମରୁ ଆରମ୍ଭ ହୋଇଛି । ବନ୍ଦୀ ମୁକ୍ତି ଅଭିଯାନ କମିଟି ପକ୍ଷରୁ ଗାଁ କୁ ଗାଁ ବୁଲି ଲୋକଙ୍କୁ ଏ ବିଷୟରେ ଅବଗତ କରାଯିବା ସହିତ ନିଜ ଭିଟା ମାଟି ନିମନ୍ତେ ଲଢେଇ କରି ମିଥ୍ୟା ମାମଲାରେ ଛନ୍ଦି ହୋଇଥିବା ନେତା ମାନଙ୍କୁ କିପରୀ ମୁକ୍ତି କରାଯିବ ସେଥି ନିମନ୍ତେ ଅଂଚଳର ଜନସାଧରଣଙ୍କ ଠାରୁ ଆର୍ଥିକ ସହ ସମସ୍ତ ପ୍ରକାର ସାହାର୍ଯ୍ୟ ମାଗିଛି ଏହି କମିଟି । ବନ୍ଦୀ ମୁକ୍ତି ଅଭିଯାନ କମିଟିର ଅଧ୍ୟକ୍ଷ ନୀଳକଣ୍ଠ ଦାଶଙ୍କ ପୈାରହିତ୍ୟରେ ଆୟୋଜିତ ଏହି ଜନ ଅଭିଯାନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଅଭୟ ସାହୁ ସାମିଲ ହୋଇ କହିଥିଲେ ଯେ , ୨୫ବର୍ଷ ତଳେ ଟାଟା କମ୍ପାନୀ ବିରୁଦ୍ଧରେ ଯେଉଁ ଲଢେଇ ଚମାଖଣ୍ଡି ଅଂଚଳରେ ଚାଲିଥିଲା , ଟାଟା ପରାସ୍ତ ହୋଇଥିଲା, ପ୍ରଶାସନ ଓ ତତକାଳିନ ସରକାର ମଧ୍ୟ ପରାସ୍ତ ହୋଇଥିଲେ । ଲୋକଙ୍କ ବିଜୟ ହୋଇଥିଲା । ଟଟା ଇସ୍ପାତ କାରଖାନା କରିବାକୁ ସମର୍ଥ ହୋଇ ନଥିଲା , ୨୫ବର୍ଷ ପରେ ସେ ମିଛ ମକଦ୍ଦମା କୁ ନବୀକରଣ କରି ମାନ୍ୟବର କୋର୍ଟ ଙ୍କ ଦ୍ୱାରା ଗଣ ସଂଗ୍ରାମ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ୧୨ଙ୍କୁ ଜେଲରେ ଭର୍ତ୍ତ କରାଯାଇଛି , ଆଜିଜୀବନ ସଶ୍ରମକାରାଦଣ୍ଡର ଏହି ରାୟ ନେଇ ଆମେ ଆଜି ଚମାଖଣ୍ଡି ମୁଖ୍ୟ ଦପ୍ତରରୁ ତାଙ୍କ ମୁକ୍ତି ପାଇ ଅଭିଯାନ ଆରମ୍ଭ କରିଛୁ , ଲକ୍ଷ୍ମୀପୁର ଏବଂ କାଳିପଲ୍ଲୀ ଗ୍ରାମ ବୁଲିବା ପରେ ସାରା ଛତ୍ରପୁର ନିର୍ବାଚନ ମଣ୍ଡଳି ବୁଲିବୁ , ଟାଟା କୁ କେବଳ ଶାରୀରିକ ଭାବରେ ଆମେ ପରାସ୍ତ କରିଥିଲୁ , କିନ୍ତୁ ଆଜି ଆବଶ୍ୟକ ପଡିଲେ ଟାଟା ଜମି ଟାଟାର ହୋଇ ରହିବ ନି ପୁଣି ଲୋକଙ୍କ ପାଖକୁ ଫେରିବ , ପୁଣି ବନ୍ଦୀ ମାନେ ମୁକ୍ତ ହେବେ । ଏହି ଅଭିଯାନ କୁ ପୁଣି ନବୀକରଣ କରିବା ପାଇଁ ଶପଥ ନେଇ ଜନ ଜାଗରଣ ବନ୍ଦୀ ମୁକ୍ତି ଅଭିଯାନ ଆରମ୍ଭ କରିବୁ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ସାହୁ କହିଥିଲେ । ଏହି ମାଟି ନିମନ୍ତେ ଲଢେଇ କରି ଜେଲରେ ଥିବା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ଙ୍କ ସମେତ ୧୩ଜଣ ନେତାଙ୍କୁ କିପରୀ ବନ୍ଦୀ ମୁକ୍ତି କରାଯିବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଡିର ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ ଗୋ ଏହି ଅଭିଯାନରେ ସାମିଲ ହୋଇ ଟାଟା କମ୍ପାନୀ ବିରୋଧରେ ଋଣ ହୁଙ୍କାର ଦେବା ସହିତ ଏହି ମାଟି ର ସୁରକ୍ଷା ନିମନ୍ତେ ପୁର୍ନବାର ଲଢେଇ ଜାରି ରହିବ ବୋଲି ସେମାନେ କହିଥିଲେ । ଟାଟା ନିଯୁକ୍ତି ନାମରେ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିଛି , ସେମାନଙ୍କୁ ସେମାନଙ୍କ ଉପଯୁକ୍ତ ପାଉଣା ମିଳିନି । ଏଠାରେ ଟାଟା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ଯେଉଁ ୩୭୦୦ଏକର ଜମି ଟାଟା ଅକ୍ତିଆର କରିଛି , ଜମି ହରାଇଥିବା ଚାଷୀ କୁ ଉକ୍ତ ଜମି ଫେରାଇବା ପାଇଁ ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ବନ୍ଦୀ ମୁକ୍ତ ଜନ ଅଭିଯାନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲାସମ୍ପାଦକ ପ୍ରକାଶ ପାତ୍ର, ସହ-ସମ୍ପାଦକ ପ୍ରଦୀପ ସେଠୀ , ନାରୀନେତ୍ରୀ ଏନ.ଭାନୁମତୀ ରେଡ୍ଡୀ ଓ କଳ୍ପନା ବର୍ମା, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଛତ୍ରପୁର ଜୋନାଲ ସହ-ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ, ଗଂଜାମ ଜୋନାଲ ସମ୍ପାଦକ ବି.ଦଣ୍ଡପାଣି ପାତ୍ର , ସହ-ସମମେ।।ଦକ ଦୀନବନ୍ଧୁ ନାୟକ, ପୂର୍ଣ୍ଣ ଚନ୍ଦ୍ର ରଥ ,ଆଇନଜିବୀ ଆଦିତ୍ୟ ମିଶ୍ର ଓ କୈଳାଶ ପଲାଇ, ସିଏଚ ସତ୍ୟନାରାୟଣ ରେଡ୍ଡୀ, ଚିଙ୍କରା ବେହେରା, ଶ୍ରମିକ ନେତା କେ.ଗଣେଷ ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଡଃ ଦୁର୍ଯ୍ୟୋଧନ ପ୍ରଧାନ, ଏନ.ସୁକାନ୍ତ ଆଚାରୀ, ଏସ.ତ୍ରିନାଥ ରେଡ୍ଡୀ, , ଯୁବନେତା ମାଗୁଣୀ ବିଷୋୟୀ , ଏନ ମୁନାପାତ୍ର , ସନିଆ ପ୍ରଧାନ ଓ ନବୀନ ଗୈାଡ ଙ୍କ ସମେତ କାଳୀପଲ୍ଲୀ ଓ ପି.ଲକ୍ଷ୍ମୀପୁର ଗ୍ରାମର ବହୁ ବ୍ୟକ୍ତିମାନେ ସାମିଲ ହୋଇଥିଲେ ।
ସୂଚନା ଯୋଗ୍ୟ ଯେ, ଗଂଜାମ ଜିଲ୍ଲାର ଚମାଖଣ୍ଡି ଅଂଚଳରେ ନିଜ ଜନ୍ମ ମାଟି ର ସୁରକ୍ଷା ନିମନ୍ତେ ଗଣ ସଂଗ୍ରାମ ସମିତି ମାଧ୍ୟମରେ ପୂର୍ବତନ ବିଧାୟକ ଶ୍ରୀରେଡ୍ଡୀଙ୍କ ନେତୃତ୍ୱରେ ଟାଟା ବିରୋଧୀ ଆନ୍ଦୋଳନ ଚାଲିଥିଲ।। ଅଂଚଳର ଜନସାଧାରଣ ନିଜ ହକ୍ ନିମନ୍ତେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଓ ଜନସାଧାରଣ ମଧ୍ୟରେ ସଂଘ୍ରର୍ଷ ହୋଇଥିଲା । ଏଥିରେ ଗଣସଂଗ୍ରାମ ସମିତିର ନେତା ତଥା ପୂର୍ବତନ ବିଧାୟକ ଶ୍ରୀରେଡ୍ଡୀଙ୍କ ସମେତ ୨୨ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା । ଯାହା ଦୀର୍ଘ ବର୍ଷ ପରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୈରାଜଜ୍ -୩(ବ୍ରହ୍ମପୁର) ଙ୍କ କୋର୍ଟରେ ଗତ ୩୧.୦୭.୨୦୨୩ ରାୟ ପ୍ରକାଶ ପାଇଥିଲା । ମାନ୍ୟବର ଜିଲ୍ଲା ଦୈାରାଜଜ୍ ଏହି ମାମଲାରେ ଥିବା ବ୍ୟକ୍ତି ମାନଙ୍କୁ ଆଜିଜୀବନ ଜେଲ ଦଣ୍ଡାଦେଶ ର ରାୟ ଦେଇଥିଲେ । ଦୀର୍ଘ ୨୪ବର୍ଷ ପୁରୁଣା ମାମଲାର ରାୟ ଶୁଣାଣି ବେଳକୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ଜଣଙ୍କୁ ବ୍ରହ୍ମପୁର କାରାଗାର କୁ ପଠାଯାଇଥିଲା ।ଏଥିରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ଡି.କାମରାଜୁ ବର୍ମା, ପି.କାମରାଜୁ ରେଡ୍ଡୀ, ପି.ନାଗେଶ୍ୱର, କାଳିଆ ସେଠୀ, ଏନ.ଦିଲ୍ଲୀପ କୁମାର ରେଡ୍ଡୀ, ଗୁରୁଦେବ ବେହେରା, ପି.ଡମ୍ବୁରୁ ରେଡ୍ଡୀ, ଏନ.ଚନ୍ଦ୍ରମଣି ରେଡ୍ଡୀ ,ପି.ପୋଟୁଡୁ, ଟୁନା ବେହେରା, ଆର .ଘନ ରେଡ୍ଡୀ ଓ ସୁଦାମ ରାଉଳ ପ୍ରମୁଖ ବନ୍ଦୀ ଭାବେ ବ୍ରହ୍ମପୁର କରାଗାର ରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ବନ୍ଦୀ ଥିବା ବ୍ୟକ୍ତି ମାନେ ନ୍ୟାୟ ନିମନ୍ତେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି ଏବଂ ସେମାନଙ୍କୁ ପ୍ରକୃତ ନ୍ୟାୟ ମିଳିବ ବୋଲି ବନ୍ଦୀ ମୁକ୍ତି ଜନ ଅଭିଯାନ କମିଟି ଆଶା ରଖିଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ଦାଶ କହିଛନ୍ତି ।