ବାରିପଦା : ପ୍ରଦେଶ କଂଗ୍ରେସ କମିଟି ଆଦିବାସୀ ଶାଖା ନିଷ୍ପତ୍ତି ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଲିଡରସିପ ଡେଭଲପମେଣ୍ଟ ମିଶନ ତଥା ଏଲ୍.ଡି.ଏମ୍ ନିଯୁକ୍ତି କରାଯାଇଛି । ଆଦିବାସୀ ସଂରକ୍ଷିତ ଆସନରେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଯୁକ୍ତି ଦିଆଯାଇଛି । ଏଥି ନିମନ୍ତେ ଯଶିପୁରରେ ନବୀନ କୁମାର ବାରିକ, ସାରସକଣାରେ ନାରାୟଣ ମହାପାତ୍ର, ରାଇରଙ୍ଗପୁରରେ ସେକ୍ ଇନ୍ତକାମ, ବାଙ୍ଗିରିପୋଷିରେ ହରିଶଙ୍କର ଦାସ, କରଞ୍ଜିଆରେ ଜାକିର ହୁସେନ, ଉଦଳାରେ ନାରାୟଣ ପଟ୍ଟନାୟକ ଓ ବାରିପଦାରେ ଶିବାନନ୍ଦ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ପାଇଁ କୋ-ଅଡିନେଟର ମାନେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ସଂଯୋଜକ ବାଙ୍କନିଧି ବେହେରା ଓ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଏହି ନିଯୁକ୍ତି ଦିଆଯାଇଛି ବୋଲି ଜିଲ୍ଲା ସଭାପତି ହେମନ୍ତ ଦାସ ଜଣାଇଛନ୍ତି । ବାରିପଦା ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ ସମସ୍ତ ନବ ନିଯୁକ୍ତ ଏଲ.ଡି.ଏମ୍. ମାନଙ୍କୁ ସ୍ୱାଗତ କରିଛନ୍ତି ।