Odisha news

ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦିବଂଗତ ମନୀଷା ଶର୍ମାଙ୍କ ଉଦେ୍ଦଶ୍ୟରେ ସ୍ମୃତିସଭା

0

ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଓ ଷ୍ଟାଫକ୍ଲବ ଆନୁକୂଲ୍ୟରେ ସମ୍ମେଳନ କକ୍ଷରେ ବାଣିଜ୍ୟ ବିଭାଗର ଦିବଂଗତ ସହଯୋଗୀ ପ୍ରଫେସର ମନୀଷା ଶର୍ମାଙ୍କ ଉଦେ୍ଦଶ୍ୟରେ ସ୍ମୃତିସଭା ଓ ଶିକ୍ଷାବର୍ଷର ପ୍ରଥମ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି, ଗତବର୍ଷ ଏହି ଦିନରେ ମନୀଷା ଶମ୭ା ଅଧ୍ୟାପନା ସାରି ଘରକୁ ଫେରୁଥିବା ବେଳେ କଲେଜ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିଲେ । ଏଭଳି ଆକସ୍ମିକ ଅକାଳ ବିୟୋଗରେ ସମଗ୍ର ମହାବିଦ୍ୟାଳୟରେ ତାଙ୍କର ଉଚ୍ଚକୋଟୀର ଶିକ୍ଷାଦାନ, କର୍ତ୍ତବ୍ୟ ନିଷ୍ଠା ଓ ଅମ୍ଲାନ ବ୍ୟକ୍ତିତ୍ୱ ସହକର୍ମୀ ତଥା ଛାତ୍ରଛାତ୍ରୀଙ୍କ ଭିତରେ ଉଜ୍ଜୀବିତ ଅଛି । ତାଙ୍କ ଅମର ଆତ୍ମାପ୍ରତି ସ୍ମୃତି ଅର୍ଘ୍ୟ ସ୍ୱରୂପ ସଭାକାର୍ଯ୍ୟକୁ ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡା ଉଦ୍ଘାଟନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଡଃ ଆଶୁତୋଷ ପ୍ରୟାସ ଦାଶଙ୍କ ସଭାପରିଚାଳନାରେ ଷ୍ଟାଫ୍ କ୍ଲବର ସେକ୍ରେଟାରୀ ତଥା ଓଡିଆ ବିଭାଗର ମୁଖ୍ୟ ନାରାୟଣ ପ୍ରସାଦ ବେହେରା, ଭୂତତ୍ତ୍ୱ ବିଭାଗର ମୁଖ୍ୟ ତଥା ଏକାଡେମିକ୍ ଡଃ ପ୍ରମୋଦ ଚନ୍ଦ୍ରସାହୁ, ପ୍ରାଶାସନିକ ଅଧିକାରୀ ଡଃ ଦୀପକ କୁମାର ବେହେରା, ବାଣିଜ୍ୟ ବିଭାଗର ସହଯୋଗୀ ପ୍ରଫେସର ଡଃ ଅନାମ ଚରଣ ରାଉଳ, ଡଃ ଅର୍ଜୁନ କୁମାର ସାହୁ, ଭୀମଚରଣ ମୁର୍ମୁ, ଅଧ୍ୟାପିକା ପୂଜା ଦାସଙ୍କ ସମେତ ପିଜି ଛାତ୍ର ଚନ୍ଦ୍ରମୋହନ ଟୁଡୁ ଦିବଂଗତ ଶର୍ମାଙ୍କ ଉଦେ୍ଦଶ୍ୟରେ ସ୍ମୃତିଅର୍ଘ୍ୟ ବାଢିଥିଲେ । ବିଭାଗର ଆମନ୍ତ୍ରଣ କ୍ରମେ ସ୍ୱର୍ଗୀୟା ମନୀଷାଙ୍କର ପିତା ସଞ୍ଜୟ କୁମାର ଶର୍ମା, ମାଆ କିରଣ ଶର୍ମା, ଶ୍ୱରୁର ପ୍ରପେସର ବିଜୟ କୁମାର ଶର୍ମା ଓ ସ୍ମୃତି ବିଧୂର ସ୍ୱାମୀ ହିତେଶ ଶର୍ମା ଯୋଗଦେଇ ମନୀଷାଙ୍କର ଅନ୍ତରଂଗ ସ୍ମୃତି ରୋମନ୍ଥନ କରିବା ସହ ତାଙ୍କ ଉଦେ୍ଦଶ୍ୟରେ ଆୟୋଜିତ ସଭାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମନୀଷାଙ୍କର ସ୍ୱାମୀ ହିତେଶ ଶର୍ମା ମନୀଷାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଦର୍ଶାଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧିତ କରିବା ସହ ବାଣିଜ୍ୟ ବିଭାଗର ୨୦୨୨-୨୩ ବର୍ଷର ୟୁଜି ଓ ପିଜିରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଯଥାକ୍ରମେ ବିଦିଶା ଚକ୍ରବର୍ତ୍ତୀ ଓ ସ୍ପନ୍ଦନା ନାୟକଙ୍କୁ ପ୍ରମାଣପତ୍ର ସହ ମନୀଷା ସ୍ୱାରକୀ କପ୍ ପ୍ରଦାନ କରାଯାଇଥିଲା । ସଭାର ଦ୍ୱିତୀୟ ଅଧିବେଶନରେ ଶିକ୍ଷାବର୍ଷର ପ୍ରଥମ ପାଠଚକ୍ରକୁ ମନୀଷାଙ୍କ ସ୍ମୃତିଚରେ ନିବେଦିତ କରାଯାଇଥିଲା । ବାଣିଜ୍ୟ ବିଷୟକ ଏକ ଉପାଦେୟ ବିଷୟ ବ୍ଲକ ଚେନ୍ ବ୍ଲକ ଚେନ୍ ଏବଂ ତଥ୍ୟ ବିଶ୍ଲେଷଣ ଶୀର୍ଷକରେ ଦିବଂଗତ ମନୀଷାଙ୍କର ସାନଭାଇ ତଥା ଚାଟାର୍ଡ ଆକାଉଣ୍ଟା ଅମନ ଶର୍ମା ବିଷୟ ତର୍ଜମା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମାବେଶରେ ବାଣିଜ୍ୟ ବିଭାଗର ଅଧ୍ୟାପନା ମଣ୍ଡଳୀ ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଯୋଗଦେଇ ଥିଲେ । ବାଣିଜ୍ୟ ବିଭାଗର ପିଜି ଛାତ୍ରୀ ତାରାନୁମ୍ ନିଗାର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply