ବାରିପଦା, (ସବୁ୍ୟ) : ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ଖଣ୍ଡାଡେରା ଗ୍ରାମରେ ଆଦିବାସୀ କଳାଜଗତର ଅତି ଲୋକପ୍ରିୟ ସାନ୍ତାଳୀ ଗାୟକ ବସେନ ମୁର୍ମୁଙ୍କ ହଠାତ୍ ଆକତ୍ମିକ ମୃତୁ୍ୟ ଖବର ଶୁଣି ମାରିସାସେନା ପକ୍ଷରୁ ଏକ ଶୋକସଭା ପାଳନ ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ସ୍ୱର୍ଗତ ବସେନ ମୁର୍ମୁ ଆଦିବାସୀ ସଙ୍ଗୀତ ଜଗତର ଆଗ ଧାଡିର ଗାୟକ ଥିଲେ ଏବଂ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଏହି ଶୋକ ସଭାରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ମାରିସାସେନା ଅଧ୍ୟକ୍ଷ ଅର୍ଜୁନ ମୁର୍ମୁ, ସତ୍ୟଜିତ ଟୁଡୁ, ଶଙ୍କର ବାସ୍କେ, ଦିନେଶ ନାଏକ, ରାଜେଶ ନାଏକ, ଅଙ୍କୁର ନାଏକ, ରାଜକିଶୋର ହଁସଦାଃ, ରାହୁଲ ଟୁଡୁ, ଯଦୁ ଟୁଡୁ, ଫକିରା ନାଏକ, ଆଶିଷ ନାଏକ ଓ ଶାନ୍ତନୁ ନାଏକ ପ୍ରମୁଖ ଉପସ୍ଥିତ ରହିବା ସହ ସମବେଦନା ଜ୍ଞାପନ କରିଥିଲେ