ବାରିପଦା : ଷ୍ଟେସନ ଆଥଲେଟିକ୍ ଏସୋସିଏସନ୍ ଆନୁକୂଲ୍ୟରେ ମର୍ନିଂ ଫୁଟବଲ ଲିଗ୍ ଉଦ୍ୟାପୀତ ହୋଇଯାଇଛି । ଏହି ଉଦ୍ୟାପନୀ ଉସôବରେ ପ୍ରଥମେ ସେମିଫାଇନାଲ ମ୍ୟାଚ୍ ଜେଏମଡି ସ୍ପର୍ଟିଂ କ୍ଲବ ଏବଂ ରଙ୍ଗାମାଟିଆ ମଧ୍ୟରେ ହୋଇଥିବାବେଳେ ଜେଏମଡି ସ୍ପର୍ଟିଂ କ୍ଲବ ୧/୦ ଗୋଲ୍ରେ ବିଜୟଲାଭ କରିଥିଲା । ସେହିପରି ଦ୍ୱିତିୟ ସେମିଫାଇନାଲ୍ ମ୍ୟାଚ୍ ଛଉପଡିଆ ଫୁଟବଲ ଟିମ୍ ଏବଂ ତକତପୁର ଫୁଟବଲ ଟିମ୍ ମଧ୍ୟରେ ହୋଇଥିବାବେଳେ ତକତପୁର ଫୁଟବଲ ଟିମ୍ ୨-୦ ଗୋଲରେ ବିଜୟଲାଭ କରି ଫାଇନାଲ ଖେଳିବାକୁ ସୁଯୋଗ ପାଇଥିଲେ । ଫାଇନାଲ୍ ମ୍ୟାଚ୍ ତକତପୁର ଫୁଟବଲ ଟିମ୍ ଏବଂ ଜେଏମଡି ଫୁଟବଲ ଟିମ୍ ମଧ୍ୟରେ ହୋଇଥିବାବେଳେ ଜେଏମଡି ଫୁଟବଲ ଟିମ୍ ୨-୦ ଗୋଲ୍ରେ ବିଜୟଲାଭ କରିଥିଲେ । ଏହି ମ୍ୟାଚ୍ର ପ୍ରଥମ ପୁରସ୍କାର ୫,୦୦୧ଟଙ୍କା ରହିଥିବାବେଳେ ଦ୍ୱିତୀୟ ପୁରସ୍କାର ୩,୦୦୧ଟଙ୍କା ରହିଥିଲା । ଆଜିର ଏହି ଉଦ୍ୟାପନୀ ଅବସରରେ ମୁଖ୍ୟଅତିଥି ଭାବେ କ୍ଲବର ସଭାପତି ଗିରିଶଚନ୍ଦ୍ର ଦାସ, ସମ୍ପାଦକ ଶିବଶଙ୍କର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ବିନୋଦ କୁମାର ସାହୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କ୍ଲବ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ଏବଂ ଖେଳର ପରିଚାଳନା ଦାୟିତ୍ୱରେ ଜଗତ୍ ମାଝୀ, ଟିକ୍ଲୁ ମୁର୍ମୁ ଓ ତନ୍ମୟ ମାରାଣ୍ଡି ରେଫରୀ ରୂପେ ପରିଚାଳନା କରିଥିଲେ ।
