ବାରିପଦା : ବହୁଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ବିଚାର କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ ପଙ୍କଜ କୁମାର ଦାସ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୧୦ ମସିହା ଜାନୁଆରୀ ୨୭ତାରିଖରେ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ହାଟବାଦଡା ଗ୍ରାମର କାହ୍ନୁ ବାଗେ ସୁନାରାମ ଗ୍ରାମର ମକର ପୂର୍ତ୍ତିଙ୍କ ସ୍ତ୍ରୀ ଜାମ୍ବି ପୂର୍ତ୍ତିଙ୍କ ମଥାରେ ସିନ୍ଦୁର ଘସି ଦେଇଥିଲେ । ଏହି ଘଟଣା ପରେ ଉକ୍ତ ଗ୍ରାମର ଲବ ବାରିକ, ମକର ପୂର୍ତ୍ତି ଏବଂ ସହଯୋଗୀ ମାନେ ହାଟରୁ କାହ୍ନୁ ବାଗେଙ୍କୁ ଟାଣିଆଣି ବାଡେଇବା ସହ ବାନ୍ଧି ଦେଇଥିଲେ । ମାତ୍ର ପରେ କାହ୍ନୁ ବାଗେଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ମିଳିନଥିଲା । ପରେ କାହ୍ନୁ ବାଗେଙ୍କ ପରିବାର ପକ୍ଷରୁ କାହ୍ନୁଙ୍କୁ ହତ୍ୟା କରାଯିବା ଓ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଆଦି ଅଭିଯୋଗ କ୍ରମେ ଜାମଦା ଥାନାରେ ୧୧/୧୦ ମାମଲା ରୁଜୁ ହୋଇ ମକର ପୂର୍ତ୍ତିଙ୍କୁ ଗିରଫ କରାଯାଇଥିବାବେଳେ ଲବ ବାରୀ ଫେରାର ହୋଇଯାଇଥିଲେ । ପରେ ପୋଲିସ ଲବ ବାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଗୁରୁାବର ୪ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।
