ଭଦ୍ରକ,୨୨ା୯ : ବ୍ରହ୍ମକୁମାରୀ ଆଶ୍ରମ ଭଦ୍ରକ ଆନୁକୂଲ୍ୟରେ ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ରାଜଯୋଗିନୀ ମଞ୍ଜୁ ଭଉଣୀଙ୍କ ମାର୍ଗ ଦର୍ଶନରେ, ରୋଗ, ଔଷଧମୁକ୍ତ ସୁସ୍ଥ ପ୍ରାକୃତିକ ଜୀବନ ଯାପନ ସମ୍ପର୍କୀତ ଏକ ୪ ଦିନିଆ ସ୍ୱାସ୍ଥ୍ୟ ଶିବିର ଭଦ୍ରକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ମଠସାହି ସ୍ଥିତ ବ୍ରହ୍ମକୁମାରୀ ଆଶ୍ରମ, ଚରମ୍ପା ଅଗ୍ରସେନ ଭବନ, ବରାଳପୋଖରୀ, ଭଦ୍ରକ ଆଇନ ମହାବିଦ୍ୟାଳୟ, ଶୁଭମ୍ ନର୍ସିଂ ସ୍କୁଲ, କଳ୍ପନା ଦେବୀ ମହାବିଦ୍ୟାଳୟ, ଚରମ୍ପା ଫ୍ରେଣ୍ଡସ୍ ଗ୍ରୁପ ଭଳି ବିଭିନ୍ନ ସ୍ଥାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନେଚରପାଥି ଡାକ୍ତର ନରେଶ ଅଗ୍ରୱାଲ ଯୋଗ ଦେଇ ସବୁ ରୋଗର ମୂଳ କାରଣ ଖାଦ୍ୟ । ଖାଦ୍ୟକୁ ଠିକ୍ ଭାବେ ଚୋବାଇ ନ ଖାଇବା, ଭୋଜନ ମଧ୍ୟରେ ସଠିକ୍ ବ୍ୟବଧାନ ବଜାୟ ନ ରଖିବା, ଅତ୍ୟଧିକ ଖାଦ୍ୟ ଖାଇବା ରୋଗ ଉତ୍ପତ୍ତିର କାରଣ ହୋଇଥାଏ । ବିଶେଷ କରି ଖାଦ୍ୟ ଖାଇବାରେ ତାଳମେଳ ରହୁନାହିଁ । କେଉଁ ଖାଦ୍ୟ ସହ କେଉଁ ଖାଦ୍ୟକୁ ଖାଇବା ଉଚିତ ସାଧାରଣ ଲୋକେ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଉତ୍ତମ ଜୀବନ ପାଇଁ ଶାସ୍ତ୍ରରେ ଏକାଦଶୀ ବ୍ରତ ପାଳନର ନିୟମ ରହିଛି । ଏହା ବିଜ୍ଞାନ ସମ୍ମତ । ସୁସ୍ଥ ଜୀବନ ଯାବନ ପାଇଁ ମାସରେ ଅନ୍ତତଃ ପକ୍ଷେ ୨ ଦିନ ଉପବାସ ପାଳନ କରିବା ଉଚିତ ବୋଲି ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାର ସୌଭାଗ୍ୟ ଭାଇ, ସାମ୍ବାଦିକ ଲକ୍ଷ୍ମୀଧର ମଣ୍ଡଳ, ବ୍ରହ୍ମାକୁମାର ସୁଧାଂଶୁ, ବ୍ରହ୍ମାକୁମାର ରବିନ୍ଦ୍ର ପ୍ରମୁଖ ପରିଚାଳନା କରିଥିଲେ ।
