ଭଣ୍ଡାରିପୋଖରୀ,୨୨ା୯ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମରୁ ନାଗନାଗୁଣୀ ଉଦ୍ଧାର କରାଯାଇଛି । ଗ୍ରାମର ରନôାକର ଯେନାଙ୍କ ଚାଷଜମି ସଂଲଗ୍ନ ବାସଗୃହର ଠାକୁରଘର କୋଠରୀରେ ଥିବା ଏକ ପୁରାତନ ଟିଣବାକ୍ସରେ ଉଭୟ ନାଗନାଗୁଣୀ ଗତ ୫ ବର୍ଷ ଧରି ବସବାସ କରୁଥିଲେ । ଠାକୁର ଘର କୋଣରେ ଥିବା କ୍ଷୁଦ୍ର ଗାତ ମଧ୍ୟଦେଇ ସେମାନେ ଯାତାୟତ କରୁଥିଲେ । ପରିବାର ଲୋକେ ସାପକୁ ନିୟମିତ ଦେଖି ଆସୁଥିଲେ । ହେଲେ ଏହା ଗୋଟିଏ ସାପ ଭାବି ନାଗ ଦେବତାକୁ ଠାକୁର ଘରୁ ବାହାର କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ । କ୍ରମେ ମନରେ ଭୟ ସୃଷ୍ଟି ହେବାରୁ ଭଦ୍ରକ ସ୍ନେକ ହେଲପଲାଇନର ଶେଖ ମିର୍ଜ୍ଜାଙ୍କୁ ସୂଚନା ଦେଇଥିଲେ । ମିର୍ଜ୍ଜା ଟିଣବାକ୍ସ ମଧ୍ୟରୁ ଦୁଇଟି ନାଗସାପ ଉଦ୍ଧାର କରିଥିଲେ । ନାଗର ଲମ୍ବ ୫ ଫୁଟ ଓ ନାଗୁଣୀର ଲମ୍ବ ୪.୫ଫୁଟ ଅଟେ । ପରସ୍ପର ସାଥି ହୋଇ ରହୁଥିବା ଏହି ସାପଦ୍ୱୟଙ୍କୁ ଔପଦା ଗଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି ।
