ଭଦ୍ରକ/ଭଣ୍ଡାରିପୋଖରୀ,୨୨ା୯ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ଯାମିନିବିନ୍ଧା ଆସାମ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ୧୨.୩୦ ମି ସମୟରେ ଛେଳି ବୋଝେଇ କଣ୍ଟେନର ଓଲଟି ପଡିବା ଫଳରେ ୪ ଜଣ ଆହତ ହେବା ସହ ୫ ଛେଳି ମୃତୁ୍ୟବରଣ କରିଥିବା ଜଣାଯାଇଛି । ସକଟ ଅଭିମୁଖି ଏହି କଣ୍ଟେନରର ପଛଚକା ସଂପୃକ୍ତ ସ୍ଥାନରେ ପମ୍ପଚର ହେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାଳକ ସମେତ ୩ଜଣ ଆହତ ହୋଇଥିଲେ । ସ୍ଥାନୀୟ ପୁଲିସ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ଚିକିସôା ପାଇଁ ପଠାଇଥିଲେ । ଆହତମାନେ ହେଲେ ଖଡଗପୁର ସିଉଲି ଅଞ୍ଚଳର ଚାଳକ ଶେଖ(୧୮), ଶବଦ୍ଦମ(୧୮) ଓ ଆସମଲ(୧୮) । କଣ୍ଟେନରରେ ବୋଝେଇ ହୋଇଥିବା ୨୩୦ ଛେଳି ମଧ୍ୟରୁ ୨୦୫ ଛେଳି ଉଦ୍ଧାର କରାଯାଇ ଅନ୍ୟଏକ ଯାନରେ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଥିଲା । ୫ଟି ଛେଳି ମୃତୁ୍ୟବରଣ କରିଥିବା ବେଳେ ଦୁର୍ଘଟଣାର ସୁଯୋଗ ନେଇ କେତେକ ଛେଳି ଲୁଟ ହୋଇଥିବା ଜଣାଯାଇଛି । ପୁଲିସ ପକ୍ଷରୁ ଲୁଟ ଛେଳିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ତେବେ ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ଏଥିନେଇ ଅଭିଯୋଗ ହୋଇନାହିଁ । (ଫଟୋ ଭଦ୍ରକ ଏକ୍ସିଡେଣ୍ଟ)
