Odisha news

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଗିରଫ

0

ବାରିପଦା  : ବାରିପଦା ସହର ୱାର୍ଡନମ୍ବର ୨୬ ଭୁଗୁଡାକଟା ଅଞ୍ଚଳର ବାବୁ ସିଂଙ୍କ ସ୍ତ୍ରୀ ଆରତୀ ସିଂଙ୍କୁ ହାତ୍ୟା ମାମଲାରେ ବାରିପଦା ଟାଉନ ଥାନା ସ୍ୱାମୀ ବାବୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ସ୍ୱାମୀସ୍ତ୍ରୀ ଉଭୟ ହାଟକୁ ଯାଇଥିଲେ, ହାଟରୁ ଫେରିବା ପରେ ଦୁହିଁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସ୍ୱାମୀଙ୍କ ମାଡରେ ସ୍ତ୍ରୀଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିବାରୁ ତାଙ୍କ ମୃତୁ୍ୟ ଘଟିଥିଲା । ପ୍ରାଥମିକ ତଦନ୍ତୁର ବାରିପଦା ଟାଉନ ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିଲେ । ପରେ ଉକ୍ତ ଘଟଣାର ଖୋଲତାଡ କରିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିଥିଲା । ଏନେଇ ବାରିପଦା ଟାଉନ ଥାନାରେ ୩୦୨ ଦଫାରେ ୭୯୫/୨୨ରେ ମାମଲା ରୁଜୁ କରାଯାଇ ସୋମବାର ଅଭିଯୁକ୍ତ ସ୍ୱାମୀ ବାବୁ ସିଂଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

Leave A Reply