ବାରିପଦା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବାରିପଦା ସହରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାରିପଦା ସହର ୱାର୍ଡନମ୍ବର ୩ର ଜୟହୀନ୍ଦ୍ କ୍ଲବ ପରିସରରେ ୱାର୍ଡ କାଉନ୍ସିଲର ରାଜ୍ ଗୁପ୍ତାଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ଆଦିବାସୀ ବ୍ୟାପାର ଓ ଜଳଶକ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଯୋଗଦେଇ ଆମ୍ବ, ବଉଳ ଓ ଜାମୁକୋଳି ଆଦି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ବିଜେପି ନେତା ଜୀବନ ସାହୁ, ଛୋଟଲାଲ ମହାନ୍ତ ଓ ନରତ୍ତୋମ ପାଣିଗ୍ରାହୀ ପ୍ରମୁଖଙ୍କ ସହ ୩ନମ୍ବର ୱାର୍ଡର ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ୱାର୍ଡ ନମ୍ବର ୩ର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କରାଯାଇ ପରିବେଶକୁ ସୁରକ୍ଷା କରାଯିବ ବୋଲି ୱାର୍ଡ କାଉନ୍ସିଲର ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି