ବାରିପଦା : ଚଳିତବର୍ଷ ଗଣେଶ ପୂଜା ଅବସରରେ ବାରିପଦାର ତୁଳସୀଚଉରା ଠାରେ ବଡ ପ୍ୟାଣ୍ଡେଲ ସାଙ୍ଗକୁ ୪୦ହଜାର କାଚ ଆଲିରେ ଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ଗଣେଶ ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଓ ଜାତୀୟସ୍ତରୀୟ ଡ୍ୟାନ୍ସ ପ୍ରତିଯୋଗୀତାର ଆୟୋଜନ ହେବାନେଇ ପ୍ରସ୍ତୁତି କରାଯାଇଛି । ବିଗତ ୧୫ବର୍ଷ ଧରି ଏହିଠାରେ ଏହି ପୂଜା ହୋଇ ଆସୁଥିବାବେଳେ ଚଳିତବର୍ଷ ଆୟୋଜକ ଫ୍ରେଣ୍ଡସ୍ ୟୁନିୟନ କ୍ଲବର ମୁଖ୍ୟ ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ପୂଜାଟି ଅନୁଷ୍ଠିତ ହେବ ।
ତେଣୁ ପୂଜାର ୧୬ବର୍ଷ ଉପଲକ୍ଷେ ଏଥର ଧୂମଧାମ୍ ପୂଜା ସହିତ ଓଡିଶାର ସୁନାମଧନ୍ୟ ପ୍ରବଚକ ଜିତୁ ଦାଶଙ୍କର ପ୍ରବଚନ ମୁଖ୍ୟ ଆକର୍ଷଣ ରହିବା ସଙ୍ଗେ ସଙ୍ଗେ ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଭୁପାଦଙ୍କ ସଙ୍ଗୀତରେ ଝୁମିବେ ଭକ୍ତ ମାନେ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି । ଏଥିସହ ଏହି ଅବସରରେ ତିନିଦିନ ଧରି ଅନ୍ନଭୋଗ ବଣ୍ଟନର ମଧ୍ୟ ଆୟୋଜନ କରାଯାଇଅଛି ଏବଂ ଏହି ମେଳା ୮ରୁ ୧୦ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଅଛି ।
ଏହି କାର୍ଯ୍ୟକ୍ରମରେ ପୂଜାର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସମ୍ପାଦକ ଦେବାଶିଷ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ ଓ ପୂଜାର କର୍ମକର୍ତ୍ତା ବିରେନ୍ଦ୍ର ନାଥ, ବିଦ୍ୟାଧର ନାୟକ, ମନୋଜ ବାରିକ, ରମାକାନ୍ତ ଥାଟେଇ, ପବିତ୍ର ଗିରି, ନିହାର ରଞ୍ଜନ ନାୟକ, ଚାନ୍ଦ୍ ମୁଲ୍ଲା, ସେକ୍ ଆୟୁବ, ଶୁଭ୍ରାଂଶୁ ଶେଖର ସାହୁ, ଶିବ୍ଶଙ୍କର ବେହେରା, ମନୋଜ ମହାପାତ୍ର, ରାହୁଲ ସିଂ, ରବି ସିଂ, ଭଗବାନ ବେହେରା, ସଞ୍ଜୟ ସିଂ, ବିକାଶ ଚନ୍ଦ୍ର ଗିରି, ଦେବାଶିଷ ମହାନ୍ତି, ରତିକାନ୍ତ ଦାସ, ରାକେଶ ରାଉଳ, ଓମକାର ଅମିତ, ଅର୍ଣ୍ଣବ ଜାନା, ପ୍ରଦୀପ ବାରିକ, ଛୋଟୁ ଭୀମ, ଲିପୁ ଓ ପୂଜାର ଅନ୍ୟ ସଦସ୍ୟମାନେ ପୂଜା କିପରି ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳିତ ହେବ ସେନେଇ ପ୍ରସ୍ତୁତି କରିଛନ୍ତି ।