Odisha news

ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ପାଇଁ ବାଟ ଫିଟିଲା, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

0

ବାରିପଦା  : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଟୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ଉକ୍ତ ଆଲୋଚନାକୁ ଗୁରୁତ୍ୱର ସହ ନେଇଥିବାବେଳେ ଏହାର ଉନ୍ନତିକରଣ ଦାୟିତ୍ୱ ନିଜେ ନେବା ନେଇ ପ୍ରତିଶୃତି ପ୍ରଦାନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନା ଅନ୍ତର୍ଗତ ହୋଇଥିବା ପ୍ରକାଶ କରିଥିଲେ । ଏହାପରେ ମଧ୍ୟ ସେ ନିଜେ ବ୍ୟକ୍ତିଗତ ଭାବେ ଏଥିପ୍ରତି ଧ୍ୟାନ ଦେଇ ରାଜ୍ୟସରକାରଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନିତ କରିବା ପାଇଁ ନିଦେ୍ର୍ଦଶ ଦେବେ ବୋଲି ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ଡିଆରଡିଓ ଓ ଏୟାରଫୋର୍ସ ବିଭାଗ ସହିତ ଏବଂ ଆବଶ୍ୟକ ପଡିଲେ ସେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନିଜେ ମଧ୍ୟ କଥା ହେବେ ବୋଲି କହିଥିବା ଜଣାପଡିଛି ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ଚଳିତ ବର୍ଷ ୨୦୨୨ ଶେଷ ସୁଦ୍ଧା ଏସବୁ ସାରି ନିଜେ ଆସି ପୁନରୁଦ୍ଧାର କାର୍ଯ୍ୟ ପାଇଁ ଭୂମି ପୂଜନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁ ମଧ୍ୟ ଏହାର ପୁନରୁଦ୍ଧାର ହେଲେ କିଭଳି ଭାବେ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲା ସହିତ ଓଡିଶା ସୀମାବର୍ତ୍ତୀ ପଶ୍ଚିମବଙ୍ଗ, ଝାରଖଣ୍ଡ ଆଦି ରାଜ୍ୟର ବହୁ ଜନସାଧାରଣ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହେବା କଥା ମଧ୍ୟ ବଖାଣୀ ଥିଲେ । ତେଣୁ ବହୁ ଲୋକଙ୍କ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଦୁଇ କେନ୍ଦ୍ରମନ୍ତ୍ରୀ ଆଲୋଚନା କରି ଯଥାଶୀଘ୍ର କେନ୍ଦ୍ର ସରକାର ଓ ବୈସାମାରିକ ବିମାନ ବିଭାଗ ମିଳିତ ସହଯୋଗରେ କାର୍ଯ୍ୟ ସମାପ୍ତ କରି ଜନସାଧାରଣଙ୍କ ପାଇଁ ଉସôର୍ଗୀକୃତ କରିବା ପାଇଁ ଜୋର ଦେଇଥିବା ଜଣାପଡିଛି । ଉକ୍ତ ବୈଠକରେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁଙ୍କ ସହିତ ମୟୂରଭଞ୍ଜ ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ ଓ ସାଂସଦଙ୍କ ବିଭାଗୀୟ ପ୍ରତିନିଧି ହେମନ୍ତ ଶାହ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply