ବାରିପଦା : ବାରିପଦା ରୋଟାରୀ କ୍ଲବର ୫୪ତମ ଅଧିଷ୍ଠାନ ଉତ୍ସବ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିବାବେଳେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶର ଟୁଡୁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ନବ ନିର୍ବାଚିତ ସଭାପତି ରୋଟାରିୟାନ ରାକେଶ ସିଂ ଓ ସମ୍ପାଦକ ରୋଟାରିୟାନ ଜ୍ୟୋତି ରଞ୍ଜନ ସାହୁ ନୂତନ ଦାୟିତ୍ୱ ଗ୍ରହଣ କରିଥିବାବେଳେ ପୂର୍ବତନ ସଭାପତି ରାଜକୁମାର ଖଣ୍ଡେଲୱାଲ ଓ ସମ୍ପାଦକ ରାକେଶ ସିଂ ଗୁରୁଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଟୁଡୁ ତାଙ୍କ ଭାଷଣରେ ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ମୟୂରଭଞ୍ଜର ବିକାଶ ଓ ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ଅଗ୍ରଣି ଭୂମିକା ନେବାକୁ ସେ ବାରିପଦା ରୋଟାରୀ କ୍ଲବକୁ ପ୍ରେରଣା ଯୋଗାଇଥିଲେ ।
ଏହି ଅଧିଷ୍ଠାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରିୟାନ ବିଭୁ ପ୍ରସାଦ ଓ ଡ. ପୁଷ୍ପା ପାତ୍ର । ଏହି ଅବସରରେ ସଂପାଦକ ରୋଟାରିୟାନ ଅରୁଣ କୁମାର ଦାଶଙ୍କ ସଂପାଦନାରେ କ୍ଲବ ପତ୍ରିକା “ମୋଘାସାନୀ” ଉନ୍ମୋଚିତ ହୋଇଥିଲା । ଏହି ଦିବସରେ ରୋଟାରୀ ଜିଲ୍ଲା ୩୨୬୨ର ଅନ୍ୟାନ୍ୟ ରୋଟାରୀ କ୍ଲବ ଯଥା ବାଲେଶ୍ୱର, ବାଲେଶ୍ୱର ଅନସୀ ବାଲେଶ୍ୱର ସେଣ୍ଟ୍ରାଲ, ଉଦଳା, ବାଲେଶ୍ୱର ଶାଶ୍ୱତ, ବେତନଟୀ, ବାରିପଦା ହେରିଡେଜ୍, ଜଳେଶ୍ୱରର ରୋଟାରୀ କ୍ଲବ ଏବଂ ବଡବିଲ ରୋଟାରୀ କ୍ଲବ ଗୁଡିକର ସଭ୍ୟମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ବାରିପଦା ରୋଟାରୀ କ୍ଲବର ପ୍ରାୟଃ ସମସ୍ତ ସଭ୍ୟ ଯୋଗଦାନ କରି ଉତ୍ସବଟିକୁ ସଫଳ କରାଇବାରେ ସହାୟତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରୋଟାରିୟାନ ରବିନ୍ଦ୍ର ମହାପାତ୍ର, ମୋହନ ବର୍ଣ୍ଣାବାଲ, ସୁଶାନ୍ତ ପାଣିଗ୍ରାହି, ସଞ୍ଜିବ ହୋତା, ଗଣେସ ଦାସ, ବିଣାପାଣୀ ଦାସ, ଧରିତ୍ରି ପ୍ରହରାଜ, ଉଷା ଶତପଥି, ବିଭୁ ଷଡଙ୍ଗୀ, ସୋରଜ ଦାସ, ଡଃ ଝରଣା ବେହେରା ଓ ସନ୍ଦିପ ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ । ସଭା ଶେଷରେ ରୋଟାରିୟାନ କଲ୍ଲୋଲ ମୂଖାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।