Odisha news

ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଉନ୍ନତମାନର ଚିନା ବାଦାମ, ମକା, ହରଡ ଆଦି ବିହନ ବଣ୍ଟନ

0

ବାରିପଦା  : ସମ୍ମନୀତ ଆଦିବାସୀ ଉନ୍ନୟନ ସଂସ୍ଥା, ବାରିପଦା ପକ୍ଷରୁ ମିଶନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୨-୨୩ ଖରିଫ ଚାଷ ନିମନ୍ତେ ବିଭିନ୍ନ ବ୍ଲକରେ ଆଦିବାସି ଚାଷୀ ମାନଙ୍କୁ ନିମ୍ନଲିଖିତ ତାରିଖ ଅନୁସାରେ ଉନ୍ନତ ମାନର ବିହନ ଯଥା-ଚିନା ବାଦାମ, ମକା, ହରଡ ଓ ମିଠାମକା ବିହନ ଯୋଗାଇ ଦିଆଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାରିପଦା ପକ୍ଷରୁ ପ୍ରକଳ୍ପ ପ୍ରଶାସକ, ପ୍ରକଳ୍ପ ପରିଚାଳକ, ବିଷୟବସ୍ତୁ ବିଶେଷଜ୍ଞ ଓ ଜୀବିକା ଅଧିକାରୀ ମାନେ ଉପସ୍ଥିତ ରହି ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିହନ ବଣ୍ଟନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଜୁନ୍ ୩୦ତାରିଖ ଠାରୁ ଆରମ୍ଭ ହୋଇ ଯଥାକ୍ରମେ ଶୁଳିଆପଦା, କୁଳିଅଣା, ବାରିପଦା, ରାସଗୋବିନ୍ଦପୁର ଏବଂ ଚଳିତମାସ ୧ତାରିଖ ରୁ ୪ତାରିଖ ପର୍ଯ୍ୟନ୍ତ ବାରିପଦା, ରାସଗୋବିନ୍ଦପୁର, ଶୁଳିଆପଦା ଓ ଶାମାଖୁଣ୍ଟା ଆଦି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୪୨୭୦ଜଣ ଆଦିବାସୀ ଚାଷିଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

Leave A Reply