ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ଘାଘରବେଡା ଥାନା ଅନ୍ତର୍ଗତ ଗଣ୍ଡୁ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଡ଼କାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ଘାଘରବେଡା ପୋଲିସ ୯ ଜଣକୁ ଗିରଫ କରିଛି । ଏମାନେ ହେଉଛନ୍ତି ଅନ୍ତରାଜ୍ୟ ଡ଼କାୟତ । ଏମାନଙ୍କ ନାଁ ରେ ଓଡିଶା ଏବଂ ଝାରଖଣ୍ଡ ରାଜ୍ୟ ରେ ବିଭିନ୍ନ ଥାନାରେ ଅପରାଧୀ ମାମଲା ଅଛି । ଏମାନେ ଗତକାଲି ଘାଘରବେଡା ଅଞ୍ଚଳରେ ଡ଼କାୟତ କରିବା ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ପାଖକୁ ବିଶେଷ ସୂତ୍ରରୁ ଖବର ଆସିଥିଲା । ପୋଲିସ ସଙ୍ଗେ ସଙ୍ଗେ ଖବର ପାଇ ଚଢ଼ାଉ କରିଥିଲା । ପୋଲିସ ଅତି ସତର୍କ ସହିତ କାବୁ କରିବାରେ ସଫଳ ମଧ୍ୟ ହେଇଥିଲା ।
ଏମାନଙ୍କ ଠାରୁ ଏକ ଟାଟା ସାଫାରୀ ଗାଡି , ଗୋଟିଏ ପିସ୍ତଲ, ଅଫୁଟା ଗୁଳି, ୫ ଟି ଖଣ୍ଡା ଜବତ କରିବା ସହିତ ଘାଘରବେଡା ପୋଲିସ ଏକ ମାମଲା ରୁଜୁ କରିଛି । ଏଥିରେ ଝାରଖଣ୍ଡ ରାଜ୍ୟର ୪ ଜଣ ଥିବା ବେଳେ ୫ ଜଣ ଘାଘରବେଡ଼ା ଅଞ୍ଚଳ ବୋଲି ଜଣାପଡ଼ିଛି । ଏମାନେ ହେଉଛିନ୍ତି ଘାଘରବେଡା ଥାନାର ସୁମିତ ମହାକୁଡ଼,ବିକାଶ ମହାକୁଡ଼,ବିଶ୍ଵଜିତ ଗିରି,ମନରଞ୍ଜନ କୁମାର ମାହାନ୍ତ, ମନୋଜ କୁମାର ମହାନ୍ତ ଏବଂ ଝାରଖଣ୍ଡ ରାଜ୍ୟର ଏମ.ଡି ନାଦିନ,ରଞ୍ଜିତ ଦାସ,ଜାହିର ଏଵବାସ ଓ ଲେଲେ ସେଠୀ । ଏମାନଙ୍କୁ ଶୁକୃଳି ମେଡିକାଲ ରେ ସ୍ବାସ୍ଥ୍ୟ ପରୀକ୍ଷା କରି କରଞ୍ଜିଆ କୋର୍ଟ ଚାଲାଣ କରାଯାଇଛି ।
Comments are closed.