Odisha news

ପୁଣି କରୋନା ନିୟମ କଡାକଡି ଲାଗୁ ହେଲା ; ବାରିପଦାରେ ୫ଟି ଦୋକାନ ସିଲ୍

0

ବାରିପଦା,: କରୋନା ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ କରୋନାକୁ ରୋକିବା ପାଇଁ ଲୋକାମାନଙ୍କୁ ସଚେତନ କରାଯିବା ସହ ସାମାଜିକ ଦୂରତା, ସାନିଟାଇଜ୍ ବ୍ୟବହାର ଏବଂ ମାସ୍କ ପରିଧାନ ପାଇଁ କଡା ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ସାମାଜିକ ଦୂରତା ଠିକ୍ ଭାବରେ ପାଳନ କରାଯାଇନଥିବାରୁ ୫ଟି ଦୋକାନକୁ ସିଲ୍ କରାଯାଇଛି । କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ ଦୁଇଟି ପାନ ଦୋକାନ, ଗୋଟିଏ ଚା ଦୋକାନ ଏବଂ ଗୋଟିଏ ଡ୍ରାଏଫୁଡ୍ ସହ ଗଣେଶ ମାର୍କେଟରେ ଅଭୟ ଟି ଷ୍ଟୋଲକୁ ସିଲ୍ କରିଦିଆଯାଇଛି । ଆଗାମୀ ଦିନରେ କରୋନା ନିୟମକୁ କଡାକଡି ପାଳନ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍ଙ୍କ ଉପସ୍ଥିତିରେ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ନେତୃତ୍ୱ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply