ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପରମ୍ପରା ସଂସ୍ମୃତି ନିଆରା ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ ମଧ୍ୟ ହୋ ସମ୍ପ୍ରଦାୟର ଲୋକମାନଙ୍କ ପରମ୍ପରା ନିଆରା । ଏଠି ରିଷ୍ଟ ଖଣ୍ଡନ ପାଇଁ ଶିଶୁ ସହିତ କୁକୁର ଛୁଆର ବାହାଘର କରିବାର ପରମ୍ପରା ରହିଛି । ଓଡିଶାର ଅନେକ ପରମ୍ପରା ଥିଲେ ମଧ୍ୟ ଏମିତି ଏକ ପରମ୍ପରା ବିଷୟରେ ଆଜି ଆପଣଙ୍କୁ ଜଣାଇବୁ ଯାହା ଦେଖିଲେ ଆପଣ ଆଶ୍ଚଯ୍ୟ ହେବେ । ଏହି ଭଳି ପରମ୍ପରା ଶହଶହ ବର୍ଷ ପୁରୁଣା । ମୟୂରଭଞ୍ଜ ଜିଲ୍ଲାରେ ଏହି ପରମ୍ପରା ଦୀର୍ଘ ବର୍ଷ ହେବ ପ୍ରଚଳିତ ହୋଇ ଆସୁଛି । ମକର ପର୍ବ ଠାରୁ ଶିବ ରାତ୍ର ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ କରାଯାଇଥାଏ ।
ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସମ୍ପ୍ରଦାୟ ଥିଲେ ମଧ୍ୟ ହୋ ସମ୍ପ୍ରଦାୟର ଲୋକମାନଙ୍କ ପରମ୍ପରା ନିଆରା । ଶିଶୁ ଜନ୍ମ ହେବା ପରେ ପ୍ରଥମ ଦାନ୍ତ ଉପର ମାଢିରେ ବାହାରିଲେ ତାହାକୁ ଅଶୁଭ ଭାବନ୍ତି ହୋ ସମ୍ପ୍ରଦାୟର ଲୋକମାନେ । ସେହି ଦାନ୍ତକୁ କୁକୁର ଦାନ୍ତ ବୋଲି କହିଥାନ୍ତି । ଶିଶୁ ଟିକେ ବଡ ହେଲାପରେ କୁକୁର ସହିତ ଶିଶୁକୁ ବାହାଘର କରିବାର ପରମ୍ପରା ରହିଛି ହୋ ସମ୍ପ୍ରଦାୟର ଲୋକମାନଙ୍କ । ଏଠିକାର ଲୋକମାନଙ୍କ ବିଶ୍ୱାସ ଅଛି ଯେ, ଏହି ଦାନ୍ତ ବାହାରିଲେ ଭବିଷ୍ୟତରେ ଶିଶୁ ପ୍ରତି ବିପଦ ରହିଛି । ଏହି ପରମ୍ପରା ଓ ବିଶ୍ୱାସ ଆଜିର କି କାଲିର ନୁହଏଁ ଏହା ପୂର୍ବ ପୁରୁଷ ଠାରୁ ପ୍ରଚଳିତ ହୋଇଆସୁଛି ।
ରିଷ୍ଟ ଖଣ୍ଡନ କରିବା ପାଇଁ ପ୍ରଥମେ ଦୁଇ ଛକ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ପୂଜାର୍ଚ୍ଚନା ସରିଲା ପରେ ଶିଶୁର ଘର ତଥା ବର ଘର ଝିଅ ଘର ତଥା କୁକୁର ଛୁଆ ରଖିଥିବା ଘରକୁ ସାଙ୍ଗରେ ହାଣ୍ଡିଆ ନେଇ ଯାଆନ୍ତି । ସେଠାରେ ପହଁଞ୍ଚିବା ପରେ କନ୍ୟା ଘର ବର ଘର ଲୋକମାନଙ୍କ ପାଦ ଧୋଇବା ସହିତ ଅତିଥି ଚର୍ଚ୍ଚା କରିଥାନ୍ତି । ସେଠାରେ ଉଭୟ ପକ୍ଷରୁ ଆଲୋଚନା ହୋଇ ବାହାଘର ପାଇଁ ସ୍ଥିର ହୋଇଥାଏ ସମୟ । ବାହାଘର ସମୟ ଠିକ୍ ହେଲା ପରେ କନିଆଁକୁ ମାଦଲ ବଜେଇ ପାରମ୍ପରିକ ନୃତ୍ୟ ପରିବେଷଣ କରି ବଗ ଘରକୁ ଆସିଥାନ୍ତି । ଅନ୍ୟ ପଟେ କୁକୁର ଛୁଆକୁ ଡ୍ରେସ ପିନ୍ଧାଇ ସୁସଜ୍ଜିତ କରିଥାନ୍ତି । ପରମ୍ପରା ଅନୁଯାଇ ବର ଓ କନ୍ୟାକୁ ପାଖରେ ବସାଇ ସୁନ୍ଦର ପୋଷାକ ପିନ୍ଧାଇ ବାହାଘର କରିଥାନ୍ତି । ଏମିତି ବାହାଘର ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ନାଉପନା ଗାଁର ଦାଡୁ ସାହିରେ । ବର ଦାଡୁ ସାହିର ହୋଇଥିବାବେଳେ କନ୍ୟା ବା କୁକୁର ଛୁଆ ହେଉଛି ଗମାରିୟାଆପାଳର । ଏହି ବାହାଘର ପାଇଁ ଉତ୍ସବ ମୁଖର ହୋଇଥିଲା ଦୁଇଟି ଗାଁ ।