Odisha news

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ଭାଗନେବେ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ

0

ବାରିପଦା  : ଜାନୁଆରୀ ୨୬ତାରିଖ ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ସମ୍ମାନ ଜନକ ପ୍ୟାରେଡ୍ରେ ଭାଗନେବା ପାଇଁ ଆଠଜଣ ସ୍ୱେଚ୍ଛାସେବୀଙ୍କ ସହ ଜଣେ କାର୍ଯ୍ୟକ୍ରମ ଅଧିକାରୀ ମନୋନୀତ ହୋଇଛନ୍ତି । ଏଥି ନିମନ୍ତେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ମୃତିରଞ୍ଜନ ଦାସ କଣ୍ଟିଜେଣ୍ଟ ଅଧିକାରୀ ଭାବରେ ଏବଂ ଛାତ୍ରମାନଙ୍କ ମଧ୍ୟରୁ ସ୍ୱେଚ୍ଛାସେବୀ ଦିପକ କୁମାର ଗିରି ମନୋନୀତ ହୋଇଛନ୍ତି ।

ଭାରତ ସରକାରଙ୍କ ଯୁବବ୍ୟାପର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ଠାରେ ହୋଇଥିବା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଜୋନରୁ ବିଭିନ୍ନ ଅଧିକାରୀଙ୍କ ସହିତ ଓଡିଶାରୁ ଏକମାତ୍ର ଅଧିକାରୀ ଭାବରେ ଡଃ ସ୍ମୃତିରଞ୍ଜନ ଦାସ ଯୋଗଦେଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଗୌରବ ବୃଦ୍ଧି କରିଛନ୍ତି ।

ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ୍ରେ ଯୋଗଦାନ କରିବାପାଇଁ ଡଃ ଦାସ ମନୋନୀତ ହୋଇଥିବାରୁ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା, କୁଳସଚୀବ ସହଦେବ ସମଡିହା, ସ୍ନାତୋକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅନିଲ କୁମାର ବିଶ୍ୱାଳ, ବିଶ୍ୱବିଦ୍ୟାଳୟ ସେବାଯୋଜନା କାର୍ଯ୍ୟକ୍ରମ ସଂଯୋଜିକା ପ୍ରାଧ୍ୟାପିକା ଉଷା ଶତପଥୀ ଓ ଏନଏସଏସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଶୁଭେନ୍ଦୁ ଦାସଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ଡଃ ଦାସଙ୍କୁ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।

 

Leave A Reply