Odisha news

ମନ୍ଦିର ଓ ମଠ ଖୋଲିବା ଦାବିରେ ଘଣ୍ଟଘଣ୍ଟା ବଜାଇ ପ୍ରତିବାଦ କଲେ ସେବାୟତମାନେ

0

ବାରିପଦା : କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ମନ୍ଦିର ଓ ମଠଗୁଡିକ ବନ୍ଦହୋଇ ରହିଥିବାରୁ ମନ୍ଦିର ଓ ମଠରେ କାର୍ଯ୍ୟରତ ସେବାୟତମାନେ ଏବେ ନାହିଁ ନଥିବା ଅସୁବିଧାରେ ସମୟ ବିତାଉଛନ୍ତି । ବିଭିନ୍ନ ସମୟରେ ସେବାୟତମାନେ ମନ୍ଦିରମଠ ଖୋଲିବା ପାଇଁ ଦାବି କରୁଥିଲେ ମଧ୍ୟ ରାଜ୍ୟସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଅନ୍ୟପକ୍ଷରେ କରୋନା ତାଣ୍ଡବ ସତ୍ତ୍ୱେ ଦୋକାନବଜାର ଓ ଗାଡିମଟର ଚଳାଚଳଠାରୁ ଆରମ୍ଭକରି ମଦଦୋକାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସ୍ୱଭାବିକ୍ ହୋଇଯାଇଥିବାବେଳେ ମନ୍ଦିରମଠ କେବଳ ବନ୍ଦ ହୋଇରହିଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟସଂଘର ନିଷ୍ପତ୍ତି କ୍ରମେ ମନ୍ଦିରମଠ ସେବାୟତମାନେ ଅଭିନବ ଉପାୟରେ ପ୍ରତିବାଦ୍ କରିଛନ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ଜଗନ୍ନାଥ ମନ୍ଦିରର ସେବାୟତମାନେ ବୁଧୁବାର ସକାଳେ ମନ୍ଦିର ସମ୍ମୁଖରେ ଘଣ୍ଟଘଣ୍ଟା ଓ କାହାଳୀ ଆଦି ବଜାଇ ମନ୍ଦିରମଠ ଖୋଲିବା ପାଇଁ ପ୍ରତିବାଦ୍ କରିଥିଲେ । ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତି୍ରପାଠୀଙ୍କ ସହ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜାପଣ୍ଡା ଅରୁଣ କୁମାର ମିଶ୍ର ପ୍ରମୁଖଙ୍କ ସହ ବହୁ ସେବାୟତ ଏହି ପ୍ରତିବାଦ୍ରେ ସାମିଲ ହୋଇଥିଲେ ।

Leave A Reply