Odisha news

ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ରାଷ୍ଟ୍ରୀୟ ସମ୍ପାଦକ ନିଯୁକ୍ତି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ଶୁଭେଚ୍ଛା

0

ବାରିପଦା : ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କୁ କେନ୍ଦ୍ରୀୟ ନେତୃତ୍ୱ ବିଜେପିର ରାଷ୍ଟ୍ରିୟ ସମ୍ପାଦକପରି ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତକରି ଥିବାରୁ ବିଜେପି ମୟୂରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଲା ବାରିପଦା ପକ୍ଷରୁ ଏହାକୁ ସ୍ୱାଗତ କରାଯାଇ ଆନନ୍ଦ ପ୍ରକାଶ କରାଯାଇଛି । ସାଂସଦ ଇଂ ଟୁଡୁଙ୍କ ଉଲ୍ଲେଖନୀୟ କର୍ମ କୁଶଳତା ଓ ଅସାଧାରଣ ସାଙ୍ଗଠନିକ ଦକ୍ଷତା ସାଙ୍ଗକୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ବିଶ୍ୱହିନ୍ଦୁ ପରିଷଦ, ବିଦ୍ୟାର୍ଥୀ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ ଏବଂ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ସହିତ ଦୀର୍ଘବର୍ଷ ଧରି ସକ୍ରିୟ ଭାବେ ଜଡିତ ରହି କାର୍ଯ୍ୟକରିବା ଓ ଏଥିସହିତ ସାଂସଦ ଶ୍ରୀଟୁଡୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସଦସ୍ୟ, ରାସାୟନିକ ଓ ସାରା ଷ୍ଟାଡିଂ କମିଟିର ସଦସ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟରହି ଦାୟିତ୍ୱ ନିର୍ବାହ କରୁଥିବାବେଳେ ତାଙ୍କ ଦକ୍ଷତାକୁ ସ୍ୱୀକୃତି ଦେଇ ତାଙ୍କ ଉପରେ ରାଷ୍ଟ୍ରିୟ ସମ୍ପାଦକପରି ଗୁରୁଦାୟିତ୍ୱ ଅର୍ପଣ କରାଯାଇଥିବାରୁ, ଜିଲ୍ଲାସଭାପତି କାନ୍ଦ୍ରା ସୋରେନ୍, ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବଡସାହି ବିଧାୟକ ସନାତନ ବିଜୁଳୀ, ସାରସକଣା ବିଧାୟକ ଡଃ ବୁଢାନ ମୁର୍ମୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଉପାଧ୍ୟକ୍ଷ ନରେନ୍ଦ୍ର ନାଥ ସାହୁ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ, ପୂର୍ବତନ ବିଧାୟକ ପ୍ରବୀଣ ଭଞ୍ଜଦେଓ, ବିରାମ ମୁର୍ମୁ, ପୁରୁଷତ୍ତୋମ ନାଏକଙ୍କ ସମେତ କୃଷ୍ଣଚନ୍ଦ୍ର ମହାପାତ୍ର, ନିହାର ରଞ୍ଜନ ମୋଦୀ, ଜୀବନ ସାହୁ, କବିବିଷ୍ଣୁ ଶତପଥୀ, ପ୍ରମିଳା ପଣ୍ଡା, ପରେଶ ଚନ୍ଦ୍ର ମହାନ୍ତ, ପ୍ରଦୀପ ମହାନ୍ତି, ଲକ୍ଷ୍ମୀଧର ହାବୋଡା, ଶୁଭାଷିଶ ମହାନ୍ତି, ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, କର୍ମୀ ଓ ସମର୍ଥକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନାଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply