Odisha news

ସରଗଡା ଜଙ୍ଗଲରେ ବାଘ ଆତଙ୍କ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ସରଗଡା ଜଙ୍ଗଲରେ ବାଘ ଆତଙ୍କରେ ସ୍ଥାନୀୟ ଅଞ୍ଚଳବାସୀ । ଘଟଣାରୁ ପ୍ରକାଶ ଯେ, ରାଇରଙ୍ଗପୁର ବନଖଣ୍ଡ ସରଗଡା ଜଙ୍ଗଲରେ ଦିନ ଦ୍ୱିପହରେ ବଳଦଟି ଘରପାଖ ଜଙ୍ଗଲରେ ଚରୁଥିବାବେଳେ ବାଘ ଆକ୍ରମଣ କରିଥିବା ଜଣାପଡିଛି । ତେବେ ଅଞ୍ଚଳବାସୀ ବନବିଭାଗଙ୍କୁ ଖବରଦେବା ପରେ ମଧ୍ୟ ଗୋରୁଟିର ଶବ ବ୍ୟବଚ୍ଛେଦ କରାଯାଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତିନିଦିନ ପରେ ଆଜି ବନବିଭାଗ ପ୍ରାଣୀ ଚିକିସôକ ସହ ଘଟଣାସ୍ଥଳକୁ ଯାଇ ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । ଅନ୍ୟପଟେ ପଡିଥିବା ମୃତ ଗୋରୁଙ୍କ ନିକଟକୁ ପ୍ରତ୍ୟେକ ଦିନ ବାଘ ଆସି ଖାଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ବନବିଭାଗ ମଧ୍ୟ ଘଟଣାସ୍ଥଳ ବୁଲିବା ପରେ ମହାବଳ ବାଘ ଆକ୍ରମଣ କରିଥିବା ଆଶଙ୍କା କରୁଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ମୟୂରଭଞ୍ଜ ଅବୈତନିକ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଚଢେଇ ପାହାଡିରେ ୩ଟି ଖାସିଙ୍କୁ ବାଘ ଆକ୍ରମଣ କରିବା ପରେ ଜଙ୍ଗଲ ପାଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଥିବା ସୂଚନା ମିଳିଛି ।

Leave A Reply