Odisha news

ପାରାଦ୍ୱୀପ ଅପହରଣ ଓ ହତ୍ୟା ଘଟଣା: ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପାରାଦ୍ୱୀପ ପୋଲିସ

0

ପାରାଦ୍ୱୀପ , ବହୁ ଚର୍ଚ୍ଚିତ ଡ୍ରାଇଭର ଶରତ ଜେନା ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦା ଫାଶ କରିଛି ପାରାଦ୍ୱୀପ ପୋଲିସ । ଗୁରୁବାର ଦିନ ପାରାଦ୍ୱୀପ ଆଦର୍ଶଥାନା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଗତ ୧୮ତାରିଖ ବିଳମ୍ବିତ ରାତିରେ ପାରାଦ୍ୱୀପ ନୂଆବଜାର ଅଂଚଳର ସ୍ୱର୍ଗତ ରଂଜନ ଜେନାଙ୍କ ପୁଅ ଶରତ ଜେନାଙ୍କ ନିଖୋଜ ସଂପର୍କରେ ଶରତଙ୍କ ବଡ ଭାଇ ରଜତ ଜେନା ଅଭିଯୋଗ କରିଥିଲେ । ଘଟଣାର ଅନୁଦ୍ଧାନ କରିଥିଲେ । ପାରାଦ୍ୱୀପ ପୋଲିସ ଏହି ଅଭିଯୋଗ ପତ୍ରରେ ଏମ୍.ଡି.ଇମାମୁଦ୍ଦିନ (୨୮) ଓରଫ ସନି ନାମରେ ଅଭିଯୋଗ କରିଥିଲେ ରଜତ । ପାରାଦ୍ୱୀପ ପୋଲିସ ଅଭିଯୁକ୍ତ ଇମାମୁଦ୍ଦିନ କୁ ଧରି ଜେରା କରିଥିଲା । ଜେରାବଳେ ଇମାମୁଦ୍ଦିନ ଏକ ପ୍ରେମ ଘଟଣାକୁ ନେଇ ଶରତ କୁ ଏକ ଓଡି-୦୫-ଏକେ-୭୫୨୫ (ଇନୋଭା କାର) ରେ ଘରୁ ଡାକିନେଇଥିଲା । ଶରତକୁ ପ୍ରଚୁର ମଦ୍ୟପାନ କରାଇଥିଲା ଅଭିଯୁକ୍ତ ଇମାମୁଦ୍ଦିନ୍ । ଏହାପରେ ଗାଡିରେ କଟକ-ଚୌଦ୍ୱାର ଢେଙ୍କାନାଳ ଆଡକୁ ନେଇଥିଲା । ଜାତୀୟରାଜପଥ ୫୫ ରାସ୍ତାରେ ଏକ ନିରୋଳା ଯାଗା ଦେଖି ଅଭିଯୁକ୍ତ ଇମାମୁଦ୍ଦିନ ଶରତକୁ ଗାଡିରୁ ତଳକୁ ଆଣି ତା ମୁଣ୍ଡକୁ ପଥର ରେ ଛେଚି ହତ୍ୟା କରିଥିଲେ । ମୃତ ଦେହକୁ ନିକଟସ୍ଥ ଦଳଭର୍ତ୍ତି ଯୋର ରେ ଲୁଚାଇ ଦେଇ ପାରାଦ୍ୱୀପ ଫେରିଆସିଥିଲା । ଏହାପରେ ପାରାଦ୍ୱୀପ ପୋଲିସ ହାତରେ ଧରାପଡିଥିଲା ଅଭିଯୁକ୍ତ ଇମାମୁଦ୍ଦିନ । ଇମାମୁଦ୍ଦିନ ମୃତ ଶରତ ର ମୋବାଇଲ ଓ ଅନ୍ୟସାମଗ୍ରୀ ମହାନଦୀ ରେ ଫିଙ୍ଗି ଦେଇଥିବା ଓ ପ୍ରେମ ବ୍ୟାପାର କୁ ହତ୍ୟାକରିଥିବା ସ୍ୱୀକାର କରିଥିବା ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ଅତିରିକ୍ତ ଏସ୍.ପି ବିଷ୍ଣୁ ଚରଣ ମିଶ୍ର ଓ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି । ବହୁ ତ୍ୱରିତ ଭାବେ ଘଟଣାକୁ ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିବା ପରେ ସଫଳ ହୋଇଛି ପୋଲିସ ଏ ସମ୍ପର୍କରେ ପାରାଦ୍ୱୀପ ଥାନାରେ ୧୨/୨୦୨୦ରେ ଏକ ମାମଲା ରୁଜୁହୋଇଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ ଦଫା ୩୨୪,୩୦୨, ୨୦୧ ରୁଜୁ ହୋଇଛି ଗୁରୁବାର ଅପରାହ୍ନରେ ମୃତ ଶରତ ର ମୃତଦେହ ବ୍ୟବଚ୍ଛେଦ ହୋଇ ପାରାଦ୍ୱୀପ ରେ ପହଞ୍ଚିବା ପରେ ନୂଆବଜାର ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଧଘଣ୍ଟା ଧରି ଥାନା ଆଗରେ ଘେରାଉ କରାଯାଇଥିଲା । ଅତିିରିକ୍ତ ଏସ୍.ପି ଲୋକଙ୍କୁ ବୁଝାସୁଝା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା ।

Leave A Reply