Odisha news

ନିର୍ଭୟା ଦୋଷୀଙ୍କୁ ନୋଟିସ ଜାରି

0

ଶେଷ ଇଚ୍ଛା ଜଣାଅ ନୂଆଦିଲ୍ଲୀ୨୩ା୧: ତିହାର ଜେଲରେ ବନ୍ଦ ଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଜଣ ଦୋଷୀଙ୍କୁ ଜେଲ କର୍ତ୍ତୃପକ୍ଷ ନୋଟିସ ଜାରି କରି ସେମାନଙ୍କର ଶେଷ ଇଚ୍ଛା କ’ଣ ଜାଣିବାକୁ ଚାହିଁଛନ୍ତି । ନୋଟିସରେ ପଚରାଯାଇଛି ଯେ, ଫେବୃଆରୀ ୧ ଯାଏଁ ନିର୍ଦ୍ଧାରିତ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି? ଯଦି ସେମାନଙ୍କ ନାମରେ କିଛି ସଂପତ୍ତି ଅଛି, ତାହା କାହା ନାମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯଦି
କୌଣସି ଧାର୍ମିକ ପୁସ୍ତକ ପଢିବାକୁ ଚାହୁଁଛନ୍ତି, ତାହେଲେ କେଉଁ ଧର୍ମଗୁରୁଙ୍କୁ ଡାକିବାକୁ ଚାହୁଁଛନ୍ତି? ଯଦି ସେମାନେ ଚାହିଁବେ ଫେବୃଆରୀ ୧ ତାରିଖରେ ଫାଶୀ ପାଇବା ପୂର୍ବରୁ ସବୁ ପୂରା କରିପାରିବେ । ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି ଯେ, ୪ ଜଣଙ୍କ ମଧ୍ୟରୁ ଜଣେ ନିଜ ଜୀବନ ଶେଷ ହେବାକୁ ନେଇ ଖାଇବା ଛାଡ଼ି ଦେଇଛି । ଅନ୍ୟ ଜଣେ ଖାଇବ କମ କରି ଦେଇଛି । ଜେଲ ଅଧିକାରୀମାନେ ଏହି ଖବର ଜାଣିବାକୁ ପାଇଛନ୍ତି । ବିନୟ ଦୁଇ ଦିନ ଯାଏଁ କିଛି ଖାଇନାହିଁ । କି;ୁ ବୁଧବାର ବାରମ୍ବାର କୁହାଯିବାରୁ କମ ପରିମାଣରେ ଖାଇଥିଲା । ପବନ
ପୂର୍ବଭଳି ଖିଆପିଆ କରୁଛି । ଦୋଷୀମାନେ ମଙ୍ଗଳବାର ସକାଳ ଠାରୁ ଅଧିକ ଚିନ୍ତାରେ ପଡ଼ିଯାଇଛନ୍ତି । ମୁକେଶ ଓ ଅକ୍ଷୟଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ପୂର୍ବରୁ ଯେତିକି ଖାଉଥିଲେ । ଏବେବି ସେହିଭଳି ଖାଉଛନ୍ତି । ମୁକେଶ ପାଖରେ ଫାଶୀକୁ ନେଇ ଯେତେ ଆଉନଗତ ଉପଚାର ଥିଲା, ସବୁ ବିଚାର ହୋଇସାରିଛି । କୋର୍ଟ ମୁକେଶର ଆବେଦନକୁ ଖାରଜ କରି ଦେଇଛନ୍ତି । ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ମଧ୍ୟ କ୍ଷମା ପ୍ରାର୍ଥନା ଖାରଜ ହୋଇଯାଇଛି ।

Leave A Reply