ମୟୁରଭଞ୍ଜ : ବାଙ୍ଗିରିପୋଷି ବ୍ଲକ ,ଚନ୍ଦନ ପୁର ଗ୍ରାମ ଦେଇ ବହି ଯାଇଥିବା କତରା ନଦୀ ରୋ ବାଲିଘାଟ ବିଗତ ୫ ବର୍ଷ ପୂର୍ବରୁ ସରକାର ଙ୍କ ତରଫ ରୁ ଲିଜ ଦିଆ ଯାଇଥିଲା ଲିଜ ଧାରୀ ମାନେ ମୋନୋମୁଖି ନଦୀ ବାଲିକୁ JCP ସାହାଯ୍ୟରେ ଉତ୍ତଳନ କରି ବଡ଼ ବଡ଼ ଗୋର୍ତ୍ତ ସୃଷ୍ଟି କରୁଛନ୍ତି । JCB ସାହାଯ୍ୟରେ ଖୋଲିବା ପାଇଁ ଗ୍ରାମବାସୀ ମାନେ ଯେତେ ବାରଣ କଲେ ମଧ୍ୟ ଲିଜଧାରୀ ମନୁ ନାହାନ୍ତି ଫଳରେ ନଦୀ ପଟାରେ ଥିବା ପାଳ ଜମି ଗୁଡ଼ିକ ବନ୍ୟା ସମୟ ରେ ଧୋଇହୋଈ ନଷ୍ଟ ହୋଇଯାଇଥିବାର ଅଭିଯୋଗ କରିଛନ୍ତି ଚନ୍ଦନପୁର ଗ୍ରାମବାସୀ ମାନେ।
ଏପଟେ ରାତି ସମୟ ରେ ଉକ୍ତ ବାଲି ଘାଟ ଦେଇ ଯାତାୟାତ କରୁଥିବା ଲୋକମାନେ ରାସ୍ତା ଖରାପ ପାଇଁ ବିଭିନ୍ନ ଅସୁବିଧା ର ସମୁଖୀନ ହେଉଛନ୍ତି। ଚନ୍ଦନପୁର ବାଲିଘାଟ କୁ ଲିଜ ଦେଉଥିବା ଏବଂ ଲିଜ ଧରି ମାନକ ମନ ମୁଖି କାର୍ଯ୍ୟ କଳାପ ଯୋଗୁଁ ଗ୍ରାମ ବାସୀଙ୍କ ବହୁ କ୍ଷୟକ୍ଷତି ହେଉଅଛି । ଏଣୁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଗ୍ରାମ ବାସୀ ତହସିଲଦାରଙ୍କୁ ଭେଟି ଆଗକୁ କିପରି ଚନ୍ଦନପୁର ଘାଟକୁ ଲିଜ ନ ଦିଆଯିବ ସେ ବିଷୟ ରେ ଲିଖିତ ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରୋହିଲା ପ୍ରଶାସନ ଏଥି ପ୍ରତି କେବେ ଉଚିତ୍ ପଦକ୍ଷେପ ନେଉଛନ୍ତି।