Odisha news

ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ।

0

ଲଗାଣ ଲଘୁଚାପବର୍ଷା ଯୋଗୁଁ  ମୟୂରଭଞ୍ଜ ଜିଲ୍ଲାରେ ଗତ ୨ ଦିନଧରି  ବନ୍ୟା ପରିସ୍ଥିତି ଦେଖାଯାଇଥିଲା। ଯାହାର ପ୍ରଭାବରେ ବାରିପଦା ସହର ସମେତ ଉଦଳା, ବଡସାହି, ରାସଗୋବିନ୍ଦପୁର, ମୋରଡା, ବାଙ୍ଗିରିପୋଷି, କରଞ୍ଜିଆ, ରାଇରଙ୍ଗପୁର ଆଦି  ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଜିଲ୍ଲାରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। ଯାହାକୁ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସମୀକ୍ଷା କରିଛନ୍ତି।

ସମୀକ୍ଷା ବୈଠକ ପରେ ପରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ବନ୍ୟା ଯୋଗୁଁ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ ସହିତ ମୃତ୍ୟୁବରଣ କରିଥିବା ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମାରାଣ୍ଡି।

Leave A Reply