Odisha news

ଲକ୍ଷ୍ମୀପୋଷି କୋଭିଡ୍ କେୟାର ସେଣ୍ଟରରେ ଅବ୍ୟବସ୍ଥା ; ଜଳଖିଆରେ ମିଳିଲା ପୋକ ସାଲୁବାଲୁ ଉପମା

0

ବାରିପଦା : ରାଜ୍ୟସରକାର ସମସ୍ତ କୋଭିଡ୍ କେୟାର ସେଣ୍ଟରରେ କରୋନା ଅନ୍ତେବାସୀଙ୍କ ଉତ୍ତମ ଚିକିସôା ସହ ସେମାନଙ୍କ ଖାଇବାପିଇବା ଓ ରହିବା ପାଇଁ ଉପଯୁକ୍ତ ଧ୍ୟାନଦେଇ ଲକ୍ଷଲକ୍ଷଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭିନ୍ନ ସମୟରେ ଅନ୍ତେବାସୀମାନଙ୍କ ପକ୍ଷରୁ ବହୁ ଅଭିଯୋଗ ଦେଖିବାକୁ ମିଳୁଛି । ସେହିପରି ବାରିପଦା ଲକ୍ଷ୍ମୀପୋଷି ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ବିଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶୁକ୍ରୁବାର କୋଭିଡ୍ ଅନ୍ତେବାସୀଙ୍କୁ ଜଳଖିଆରେ ଦିଆଯାଇଥିବା ଉପମାରେ ସାଲୁବାଲୁ ପୋକ ଦେଖିବାକୁ ମିଳିଛି । ଖାଦ୍ୟରେ ପୋକ ସାଲୁବାଲୁ ଦେଖି ଏଠାରେ ରହୁଥିବା ୭୭ଜଣ କୋଭିଡ୍ ଅନ୍ତେବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏଥିସହ ସେମାନଙ୍କୁ ବିଭିନ୍ନ ଅନୁପଯୁକ୍ତ ଖାଦ୍ୟ ଦିଆଯାଉଛି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି । ଶେଷରେ ଉତ୍ତେଜନା ପ୍ରକାଶ ପାଇବାରୁ ଏହି କୋଭିଡ୍ ଅନ୍ତେବାସୀମାନଙ୍କୁ ଜଳଖିଆରେ ମୁଢି ଓ ପକୁଡି ଦିଆଯାଇଛି । ଏନେଇ ସିଡିଏମଓ ଡାଃ ରୂପଭାନୁ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ ଏ ବିଷୟରେ କିଛି ଜାଣିନାହାଁନ୍ତି ଏନେଇ ଏହି କେନ୍ଦ୍ରର ଦାୟିତ୍ୱରେ ଥିବା ହସ୍ପିଟାଲ ମ୍ୟାନେଜରମାନଙ୍କୁ ଯୋଗାଯୋଗ କରିବାକୁ କହିଥିଲେ । ଏନେଇ ହସ୍ପିଟାଲ ମ୍ୟାନେଜର ଡାଃ ସମୀର ରଞ୍ଜନ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ସେ ଉକ୍ତ କେନ୍ଦ୍ରର ଖାଦ୍ୟବଣ୍ଟନ ଦାୟିତ୍ୱରେ ଥିବା ମା’ଗାୟତ୍ରୀ ଏସଏସଜି ଗ୍ରୁପଙ୍କୁ ଏନେଇ ତାଗିଦ୍ କରାଯିବା ସହ ଆଗାମୀଦିନରେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସଫେଇ ଦେଇଥିଲେ ।

Leave A Reply