Odisha news

ମୟୂରଭଞ୍ଜରେ କୋରନା ସଂଖ୍ୟା ୨୫୦୬ ପହଞ୍ଚିଛି

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବଢିବା ସହ ବୁଧୁବାର ଜିଲ୍ଲାରେ ୯୨ଜଣ ନୂଆ କୋରନା ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୨୫୦୬ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧୁବାର ମୟୂରଭଞ୍ଜ ଜିଲ୍ଲାରେ ୯୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଚିହ୍ନଟ ହୋଇଥିବା ୯୨ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାଯାଇଛି ।

ଏହି କରୋନା ଚିହ୍ନଟଙ୍କ ମଧ୍ୟରେ ୧୬ଜଣ ବାରିପଦା ପୌରାଞ୍ଚଳରୁ, ୧୨ଜଣ ଯଶିପୁର ବ୍ଲକରୁ, ୧୦ଜଣ ବହଳଦା ବ୍ଲକରୁ, ୭ଜଣ ଲେଖାଏଁ କପ୍ତିପଦା ଓ କରଞ୍ଜିଆ ଏନଏସସିରୁ, ୫ଜଣ ଗୋପନ୍ଧୁନଗର ବ୍ଲକରୁ, ୪ଜଣ ଲେଖାଏଁ ବାଙ୍ଗିରିପୋଷି, ଖୁଣ୍ଟା ଓ ଉଦଳା ବ୍ଲକରୁ, ୩ଜଣ ଲେଖାଏଁ ରାଇରଙ୍ଗପୁର ଓ ବେତନଟୀ ବ୍ଲକରୁ, ୨ଜଣ ଲେଖାଏଁ ବଡସାହି, କୁଳିଅଣା, ରାସଗୋବିନ୍ଦପୁର ଓ ରରୁଆଁ ବ୍ଲକରୁ ଏବଂ ଜଣେ ଲେଖାଏଁ ବାରିପଦା, ବିଶୋଇ, ଜାମଦା, ସାରସକଣା, ଠାକୁରମୁଣ୍ଡା, ତିରିଂ ଓ ଶୁକୃଳି ବ୍ଲକରୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୨ଜଣ ଅନ୍ୟଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply