Odisha news

ବିଏସଏନଏଲ କାଜୁଆଲ୍ କର୍ମଚାରୀ ସଂଘ ପକ୍ଷରୁ ଟିଡିଏମ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ

0

ବାରିପଦା  : ବିଏସଏନଏଲ କାଜୁଆଲ୍ କର୍ମଚାରୀ ସଂଘ ପକ୍ଷରୁ ବାରିପଦା ବିଏସଏନଏଲ ଟିଡିଏମ ମଧୁବନ କାର୍ଯ୍ୟାଳୟ ସମ୍ମୁଖରେ ଅଲଇଣ୍ଡିଆ ବିଏସଏନଏଲ କାଜୁଆଲ ଏବଂ କଣ୍ଟ୍ରାକଟ୍ ୱାର୍କସର ଫେଡରେସନ୍ ଇଣ୍ଡିଆ ଡାକରାରେ ଅଗଷ୍ଟ ୨୫ ଓ ୨୬ତାରିଖ ଶ୍ରମିକମାନଙ୍କର ରିଲେ ଅନଶନ କରାଯାଇଥିଲା । ବିଏସଏନଏଲ ୫୦ପ୍ରତିଶତ ଶ୍ରମିକଙ୍କୁ ଅବସରଯୋଜନାରେ କାର୍ଯ୍ୟରୁ ବାହାର କରିଥିବାବେଳେ ଠିକାକର୍ମଚାରୀମାନଙ୍କୁ ସେମାନଙ୍କ ସ୍ଥାନରେ କାମ କରାଇଥାନ୍ତି କମ୍ ମଜୁରୀରରେ । ସାମନ କାମକୁ ସମାନ ଦରମା ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ମଧ୍ୟ କେନ୍ଦ୍ରସରକାର ତାକୁମାନୁନାହାନ୍ତି ।

ନୂତନ ଠିକା ଚୁକ୍ତିରେ ଠିକା ଶ୍ରମିକମାନେ ପୂର୍ବରୁ ଯାହା ମଜୁରୀ ପାଉଥିଲେ ବର୍ତ୍ତମାନ ତାର ଅଧାରୁ କମ ପାଉଛନ୍ତି । ଠିକାଶ୍ରମିକମାନେ କେନ୍ଦ୍ରସରକାରଙ୍କର ଘୋଷଣା ଅନୁଯାଇ ସର୍ବନିମ୍ନ ମଜୁରୀ ମଧ୍ୟ ପାଉନାହାଁନ୍ତି । ଗତ ଏକବର୍ଷଧରି ଯାହାଦରମା ପାଉଥିଲେ ତାହାମଧ୍ୟ ପାଇନାହାନ୍ତି । ଏପରିକି କରୋନା ମହାମାରୀ ସମୟରେ ନିରନ୍ତର ଭାବେ ଶ୍ରମିକମାନେ ଅତ୍ୟାବଶ୍ୟକ ସଂସ୍ଥା ହୋଇଥିବା ହେତୁ ସବୁଦିନେ କାମ କରିଛନ୍ତି । କେନ୍ଦ୍ରସରକାର ଘୋଷଣା କରିଥିଲେ କରୋନା ମହାମାରୀ ସମୟରେ କାହାରି ଚାକିରୀ ଯିବ ନାହିଁ ଓ ନିୟମିତ ଦରମା ପାଇବେ । ବିଏସଏନଏଲ ଖୋଦ୍ କେନ୍ଦ୍ରସରକାରଙ୍କର ହୋଇଥିଲେ ମଧ୍ୟ ସେଠାରେ ଏହା ଲାଗୁ ହୋଇନାହିଁ । ଏଣୁ ସର୍ବଭାରତୀୟ ଫେଡରେସନ ଆହ୍ୱାନରେ ତିନିଦଫା ଦାବି ପାଇଁ ଏହା ଅନୁଷ୍ଠିତ ହୋଇଥିଲେ ।

ମୁଖ୍ୟତ କୌଣସି ଶ୍ରମିକଙ୍କୁ ବାହାର ନକରି ସମସ୍ତଙ୍କୁ କାମ ଦେବା, ବକେୟା ୧୨ମାସର ଦରମା ଶିଘ୍ରପ୍ରଦାନ କରିବା ଓ ଘଣ୍ଟାକିଆ ଦୁଇଘଣ୍ଟିଆ ଠିକାକମ ବନ୍ଦକରି ଦୈନିକ ଆଠଘଣ୍ଟା କାମ ଦେବା ପରିପ୍ରେକ୍ଷୀରେ ୟୁନିୟନ ପକ୍ଷରୁ ସାଧାରଣସମ୍ପାଦକ କ୍ଷିତିଶ ସାସମଲ, କମଲ ଲୋଚନ ମହାନ୍ତ, ତରଣାକାନ୍ତ ମହାନ୍ତ, ମନୋରଞ୍ଜନ ମହାନ୍ତ, ସତିଶଚନ୍ଦ୍ର ମହାନ୍ତ, ମହେଶ୍ୱର ସିଂ, ବୈଲୋଚନ ମହାନ୍ତ, ଶେଖ କାଶେତ ରାୟ, ଶେଖର ଏମଡି ରିଜୁଆନ୍ ଓ ସତ୍ୟନାରାୟଣ ସେଠୀ, ସେଖ ଅବଦୁଲ ଇନତେଖାପ୍, ମି୍ରଗେନ୍ଦ୍ର ମହାନ୍ତ, ନରେଶ ମହାନ୍ତ, ଅନିଲଚନ୍ଦ୍ର ମହାନ୍ତ, ଶରତଚନ୍ଦ୍ର ମହାନ୍ତ, ଜଟିଆ ନାୟକ, ଡମ୍ବରୁ ମହାନ୍ତ ପ୍ରମୁଖ କୋଭିଡ୍ ନିୟମ ପାଳନ କରି ଅନଶନରେ ସାମିଲ ହୋଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ୟୁନିୟନ ସଭାପତି ରବି ଗୋସ୍ୱାମୀ ପରିଚାଳନା କରିବାସହ ବିଏସଏନଏଲ କତ୍ତୃପକ୍ଷ ନ୍ୟାର୍ଯ୍ୟଦାବି ସମାଧାନ ନକଲେ ବିଏସଏନଏଲ ସେବାରେ କାମକରୁଥିବା ଏହି ଶ୍ରମିକମାନେ ଆଉ ବେଶିଦିନ ବିନାଦରମାରେ କାମ କରିପାରିବେ ନାହିଁ ବୋଲି ପ୍ରକାଶ କରିବାସହ ବିଏସଏନଏଲ ସେବା ବ୍ୟାହାତ ହେଲେ ଏଥିପାଇଁ ବିଏସଏନଏଲ କତ୍ତୃପକ୍ଷ ଜନସାଧାରଣଙ୍କ ନିକଟରେ ଉତ୍ତରଦାଇ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply