Odisha news

କିଏ ସେହି ସୋନାମ ବାଙ୍ଗଚୁକ ? କାହିଁକି ସେ ଆସିଲେ ଚର୍ଚାକୁ

0

ଶିକ୍ଷାବିତ ରୁ ସାଜିଥିଲେ  ପର୍ଯାବରଣ ସୁଧାରକ,
ଆଉ ଏବେ ଦେଶର ରାଜନୀତିରେ ମୁଖ୍ୟ ଚେହେରା
ଯାହାଙ୍କୁ ନେଇ ବର୍ତମାନ ଦେଶର ରାଜନୀତି ସରଗରମ
ଏବଂ ସୋନାମ ଙ୍କ ସପକ୍ଷରେ ଦେଶର ବିରୋଧୀ ଦଳ

କେବେ ଲଦାଖ ର ସମ୍ବିଧାନ ର ଷଷ୍ଠ ଅନୁସୁଚି ରେ ସାମିଲ କରିବାର ନିଜର ଦାବି ପାଇଁ ଆମରଣ ଅନଶନ କୁ ନେଇଟ ଆଉ କେବେ ଲଦାଖ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାକୁ ନେଇ ଚର୍ଚା ସାଉଁଟି ଥିଲେ ସୋନାମ ବାଙ୍ଗଚୁକ l ଦିନ ଥିଲା ସେପ୍ଟେମ୍ବର ୧୯ ୧୯୬୬ , ଲଦାଖ ର ଳେହ ଜିଲ୍ଲାର ଉଲେତକପୋ ଗ୍ରାମରେ ପିତା ସୋନାମ ଵାଂଗୀୟଲ ଓ ମାତା କୁନଯଙ୍ଗ ଡୋଲମା ଙ୍କ କୋଳରେ ଜନ୍ମ ନେଇଥିଲେ ସୋନମ ବାଙ୍ଗଚୁକ l

ବାଙ୍ଗଚୁକ ଙ୍କ ପିତା ଲଦାଖ ର ଜଣେ ପ୍ରମୁଖ ରାଜନେତା ଓ ସାମାଜିକ କାର୍ଯ୍ୟକର୍ତା ଥିଲେ, ଏବଂ ଜାମୁ କାଶ୍ମୀର ରେ ମନ୍ତ୍ରୀ ପଦବୀ ରେ ମଧ୍ୟ ରହି ସାରିଛନ୍ତି l ବାଙ୍ଗଚୁକ ଙ୍କ ପିତା ୧୯୪୮ ରେ ଲଦାଖ ର ଅନୁସୂଚିତ ଜନଜାତି ଙ୍କୁ କୋଟା ପାଇଁ ଆମରଣ ଅନଶନ ରେ ବସିଥିଲେ, ଏବଂ ତାଙ୍କର ଏହି ଅନଶନ କୁ ଦେଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତାଃ ଇନ୍ଦିରା ଗାନ୍ଧୀ ଲେହ ଯାଇଥିଲେ l ଏବଂ ନିଜ ହାତରେ ଜୁସ ପିଆଇ ଅନଶନ ଭାଙ୍ଗିଥିଲେ l ସୋନମ ବାଙ୍ଗଚୁକ ନିଜ ପିତାଙ୍କ ପଦାଙ୍କ ଅନୁସରଣ କରି ସାଧାରଣ ଲୋକଙ୍କ ସ୍ୱରକୁ ସରକାର ଙ୍କ ନିକଟରେ ପହଞ୍ଚାଇ ଆସୁଛନ୍ତି l
ଯେଉଁଠି ପିତା ଲଦାଖ ର ସାମ୍ବିଧାନିକ ଅଧିକାର ପାଇଁ ଅନଶନ ବସିଥିଲେ , ସେଇଠି ପୁଅ ପର୍ଯାବରଣ ସଂରକ୍ଷଣ, ଶିକ୍ଷା କ୍ଷେତ୍ରରେ ସୁଧାର ଓ ଲଦାଖ ର ଅଧିକାର କୁ ଦିଲ୍ଲୀ ଦରବାର ରେ ପହଞ୍ଚାଇବା ପାଇଁ ଅନଶନରେ ବସିଛନ୍ତି l କେବଳ ଏତିକି ଫରକ ଯେ ପିତା ରାଜନୀତିରେ ସକ୍ରିୟ ଥିଲେ, କିନ୍ତୁ ପୁଅ ରାଜନୀତି ରୁ ଖୁବ ଦୂରରେ ରହି ସମାଜ ସୁଧାରକ ସାଜି ଛନ୍ତି l

କିନ୍ତୁ ବର୍ତମାନ ସେ ପୁନର୍ବାର ଆମରଣ ଅନଶନ କୁ ନେଇ ଦେଶରେ ରାଜନୀତିରେ ଚର୍ଚା ସାଉଁଟି ଛନ୍ତି, କିନ୍ତୁ ବର୍ତମାନ ର ଅନଶନ ଲଦାଖ ନୁହେଁ , ଦେଶର ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ତାଙ୍କ ଅନଶନ l ଶିକ୍ଷାକୁ ନେଇ ସୋନାମ ବାଙ୍ଗଚୁକ ସାରା ବିଶ୍ୱରେ ଖୁବ ଜଣାଶୁଣା l ଶିକ୍ଷା ବ୍ୟତୀତ ଲଦାଖ ର ଜଳବାୟୁ ପରିବର୍ତ୍ତନକୁ ସମୁଖୀନ କରିବା ପାଇଁ ପରାମର୍ଶ ଦେବା ଓ କିପରି ପର୍ଯାବରଣ କୁ ରକ୍ଷା କରିବା ମାର୍ଗ ଦର୍ଶକ ସାଜିଛନ୍ତି l ତା ସହିତ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ଲଦାଖ ବାସୀ ଙ୍କୁ ବର୍ଷାଜଳ ଗଛିତ ରଖି ଉପଯୋଗ ର ଶିକ୍ଷା ଦେଇଛନ୍ତି l

ସୋନାମ ବାଙ୍ଗଚୁକ ଗୋଟିଏ ଧାରାରେ ଜଣେ ମେକାନିକାଲ ଇଂଜିନିୟର, ଶିକ୍ଷାବିତ, ପର୍ଯ୍ୟାବରଣ କାର୍ଯ୍ୟକର୍ତା ଓ ଇନୋଭେଟର l ସେ ଗତ ୩୦ ବାର ହେଲାଣି ସେ ଶିକ୍ଷା ସୁଧାରକଃ ଭାବରେ କାର୍ଯ୍ୟକରି ଆସୁଛନ୍ତି l  ତାଙ୍କୁ ନିଜର କାର୍ଯ୍ୟ ପାଇଁ ଅନେକ ପୁରସ୍କାର ମିଳି ସାରିଛି, ୨୦୧୮ ରେ ମଗଶେଶ ଆୱାର୍ଡ ମିଳିଥିଲା, ଯାହାକି ଏସିଆର ସର୍ବୋଚ୍ଚ ପୁରସ୍କାର l

ସୋନାମ ବାଙ୍ଗଚୁକ ସବୁବେଳେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ସଚେତନ ଅଟନ୍ତି, ଦିଲ୍ଲୀ ଜନ୍ତର ମନ୍ତର ଠାରେ ନିଟ ପ୍ରଶ୍ନପତ୍ର ଲିକ, ଶିକ୍ଷାପ୍ରାଣାଳୀ ରେ ସୁଧାର ଓ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କୁ ନେଇ ଆମରଣ ଅନଶନ ବସିଥିଲେ, ଯେଉଁଥିରେ ତାଙ୍କର ପ୍ରମୁଖ କିଛି ଦାବି ରହିଥିଲା l

ଯେପରିକି ଦେଶରେ ଶିକ୍ଷାକୁ ନେଇ ଚାଲିଥିବା ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି, ଏବଂ ଯୁବା ମାନଙ୍କର ସଂଗଠନ ‘କାକ୍ରୋଚ ଜନତା ପାର୍ଟି’ ର ମଞ୍ଚ ରୁ ଜୁନ ୨୮ ତାରିଖରୁ ଅନିଶ୍ଚିତିତ କାଳ ପର୍ଯ୍ୟନ୍ତ ଅନଶନ ରେ ଥିଲେ l

ଏହାପରେ ଲଗାତାର ୨୦ ଦିନ ପର୍ଯ୍ୟନ୍ତ ଉପବାସ ରହିଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଏବଂ ଦିଲ୍ଲୀ ହାଇକୋର୍ଟ ଙ୍କ ଆଦେଶରେ ଜୁଲାଇ ୧୮ ତାରିଖରେ ଦିଲ୍ଲୀ ପୋଲିସ ତାଙ୍କୁ ଜବରଦସ୍ତି ଅନଶନ ରୁ ଉଠାଇ ନେଇ ସଫଦରଜଙ୍ଗ ହସ୍ପିଟାଲ ଭର୍ତି କରିଥିଲା l କିନ୍ତୁ ସୋନାମ ଡାକ୍ତରଙ୍କୁ କୌଣସି ପ୍ରକାର ଚିକିତ୍ସା କରିବା ପାଇଁ ବାରଣ କରିଛନ୍ତି ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳୀ କହିଛନ୍ତି ଯେ ଯଦି ବିପକ୍ଷ ଦଳ ସଂସଦ ରେ ସୋନାମ ଙ୍କ କଥା ରଖିବାର ପ୍ରତିଶୃତି ଦେବ ତେବେ ସୋନମ ଅନଶନ ଭାଙ୍ଗିବେ l

Nalco
Leave A Reply