Odisha news

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ : ଜଣେ ଗୁରୁତର 

0
ବାଲିଗୁଡା, ତା, ୨୧/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପଟାବୁରୁ ଘାଟିରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇ ଜିଲ୍ଲା ମେଡିକାଲ ରେ ଚିକିତ୍ସତ ହେଉଥିବା ଜଣାପଡିଛି l  ଘଟଣା ରୁ ପ୍ରକାଶ  ଯେ,  ରାଇକିଆ ଥାନା ଅନ୍ତର୍ଗତ କାଲୁଙ୍ଗିଆ ଅଞ୍ଚଳର ହିମାଂଶୁ ନାୟକ(୫୦) ଏକ ହିରୋ ଏଚଏଫ ଡିଲକ୍ସ ଗାଡି ନଂ. ଓଡି -୧୨-ବି -୫୩୧୦ ଯୋଗେ ଟିକାବାଲି ଠାରୁ ରାଇକିଆ ଅଭିମୁଖେ ଯାଉଥିବା ସମୟରେ ଟିକାବାଲି ଥାନାର ପଟାବୁରୁ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଯାଇ ଅଚେତ ହେବା ସହ ଗୁରୁତର ଆହତ ହୋଇଥିଲେ I ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ I ଅଗ୍ନିଶମ ବାହିନୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆହତ ଅବସ୍ଥା ରେ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ I ବ୍ୟକ୍ତି ଜଣଙ୍କୁ ମୁହଁରେ ଗଭୀର ଆଘାତ ଲାଗିବା ସହ ଅଚେତ ହୋଇ ଗୁରୁତର ହୋଇଥିବାରୁ ଡାକ୍ତର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ I
Nalco
Leave A Reply