Odisha news

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ସଫେଇ

0

ବାରିପଦା  : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନାଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟବନ୍ଦ ଥିବାରୁ ବିଦ୍ୟାଳୟ ପରିସରରେ ଅନାବନା ବୃକ୍ଷ ତଥା ଅପରିଷ୍କାର ପଡିରହିଥିଲା । ତେଣୁ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଏଭଳି ମହତ୍ୱ କାର୍ଯ୍ୟ ପ୍ରଧାନଶିକ୍ଷକ ଡଃ ଜେନାଙ୍କ ଦିଗ୍ଦର୍ଶନରେ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ଶିକ୍ଷକ ଅତୁଲ କୁମାର ପରିଡା, ଶିକ୍ଷକ ଅମିତାଭ ମିଶ୍ର, ଡଃ ଶଶୀଧର ବିଶ୍ୱାଳ, ଉପେନ୍ଦ୍ର ନାଥ ବେହେରା, ପ୍ରବୀଣ ଚାନ୍ଦ, ମନୋଜ କୁମାର ପରିଡା, ଅମୂଲ୍ୟ କୁମ୍ଭକାର, ରାଜୀବ ଲୋଚନ ଜେନା, ବିଜୟ ନାଥ, ସୋନାଲି ପରିଡା, ବାସନ୍ତୀ ହାଁସଦାଃ, ଗାୟତ୍ରୀ ପୃଷ୍ଟି, କୁଞ୍ଜବାଳା ମହାନ୍ତ, ଅଲିଭା ପୋଥାଳ, ଜଗନ୍ନାଥ ସୁତାର ଓ ଶିକ୍ଷା କର୍ମଚାରୀ ମନୋରଞ୍ଜନ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply