Odisha news

ମୟୂରଭଞ୍ଜରେ ୧୧୫୪ ଛୁଇଁଲା କରୋନା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କରୋନା ଶୁକ୍ରୁବାର ସମସ୍ତ ସୀମା ଅତିକ୍ରମ କରି ଏକାଥରକେ ୧୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜିଲ୍ଲାବାସୀ ଚିନ୍ତିତ ହୋଇପଡିଛନ୍ତି । ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ୧୨୦ଜଣ ଚିହ୍ନଟଙ୍କ ମଧ୍ୟରେ ୧୦୬ଜଣ ସ୍ଥାନୀୟ ଓ ୮ଜଣ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାବେଳେ ୬ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଏବଂ ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକି୍ରୟା ଆରମ୍ଭ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରୁବାର ଚିହ୍ନଟ ହୋଇଥିବା କରୋନାଙ୍କ ମଧ୍ୟରେ ୧୫ଜଣ କୁସୁମୀ ବ୍ଲକ, ୮ଜଣ ରାସଗୋବିନ୍ଦପୁର ବ୍ଲକ, ୭ଜଣ ଲେଖାଏଁ ଜାମଦା, କପ୍ତିପଦା, କୁଳିଅଣା, ବଡସାହି ଓ ବାରିପଦା ପୌରାଞ୍ଚଳରୁ, ୬ଜଣ ଲେଖାଏଁ ରରୁଆଁ ଓ କରଞ୍ଜିଆ ଏନଏସସିରୁ, ୫ଜଣ ଲେଖାଏଁ ଯଶିପୁର, ସାରସକଣା, ବାଙ୍ଗିରିପୋଷି ଓ ବେତନଟୀ ବ୍ଲକରୁ, ୪ଜଣ ଠାକୁରମୁଣ୍ଡା ବ୍ଲକରୁ, ୩ଜଣ ଲେଖାଏଁ ରାଇରଙ୍ଗପୁର, ଖୁଣ୍ଟା, ବାରିପଦା ବ୍ଲକ ଓ ଉଦଳା ଏନଏସସିରୁ, ୨ଜଣ ଲେଖାଏଁ ଶୁଳିଆପଦା, ଉଦଳା ବ୍ଲକ ଓ ଅନ୍ୟଦୁଇଜଣ ଅନ୍ୟସ୍ଥାନରୁ ଚିହ୍ନଟ ହୋଇଥିବାବେଳେ ଜଣେ ଲେଖାଏଁ ଜିବିନଗର, ଶୁକୃଳି, ମୋରଡା, ବିଜାତଳା, ବହଳଦା, ବିଶୋଇ, ତିରିଂ ଓ କରଞ୍ଜିଆ ବ୍ଲକରୁ ଚିହ୍ନଟ ହୋଇଛନ୍ତି ।

ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply