ବିଦୁ୍ୟତ୍ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରାଯାଉ ଓ ମୃତୁ୍ୟକାଳୀନ ପୁନଃ ଥଇଥାନ କରାଯାଉ ବୋଲି ନେସ୍କୋ ପାୱାର ଏମ୍ପ୍ଲୋଇଜ ପକ୍ଷରୁ ଦାବି
ବାରିପଦା : ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିୟନର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଜିଲ୍ଲାସଭାପତି ଶୁଭ୍ରମନ୍ୟମ୍ ମହାନ୍ତି ସଭାପତିତ୍ୱ କରିଥିଲେ । ଏହିଠାରେ ମୁଖ୍ୟତଃ ବିଦୁ୍ୟତ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରତିଦିନ କିପରି ବିପଦ ସଂକୁଳ ପରିସ୍ଥିତ ଦେଇ ଗତି କରିଥାନ୍ତି, ସେହି ବିଷୟରେ ପଙ୍ଖାନୁପଙ୍ଖ ଆଲୋଚନା କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜୋରିଆରେ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ବର୍ଷ ବିଦୁ୍ୟତ୍ କର୍ମଚାରୀମାନେ ପୋଲ ଉପରେ ଚଢି କାର୍ଯ୍ୟ କରୁଥିବା ସମୟରେ କିଏ ଜଳିଯାଉଛି ତ କିଏ ଟ୍ରାନ୍ସଫର୍ମର ଉପରେ ଲଟକି ଝୁଳି ଯାଉଛି ତ କିଏ ବିଦୁ୍ୟତ୍ ଆଘାତରେ ତଳକୁ ଖସି ଗୋଡ, ହାତ, ପିଠି, ମୁଣ୍ଡ ଇତ୍ୟାଦିରେ ଇଞ୍ଜୁରୀ ହେବା ଯୋଗୁ କୋମା ବା ପଙ୍ଗୁ, ପାରାଲିସିସ୍ ବା ଚିକିସôା ହେଉଥିବା ଅବସ୍ଥାରେ ମୃତୁ୍ୟବରଣ କରୁଛନ୍ତି ।
ଏବେ ଆଉ ଏକ ବିପଦ କୋଭିଡ୍-୧୯ ଭଳି ବିଶ୍ୱମହାମାରୀ ସମୟରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍-୧୯ ସଂଘରୋଧ ସେଣ୍ଟର ଗୁଡିକୁ ନିରବଚ୍ଛିନ୍ନ ବିଦୁ୍ୟତ୍ ସେବା ଯୋଗାଇ ସେବା ଏବଂ ପ୍ରଶାସନଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ବିଦୁ୍ୟତ୍ ସେବା ଯୋଗାଇ ଦେଉଛନ୍ତି । ସେମାନଙ୍କୁ କୌଣସି କୋଭିଡ୍ ସୁରକ୍ଷା କିଟ୍ ମଧ୍ୟ ପ୍ରଦାନ କରାଯାଇନାହିଁ । ଗତ କିଛିଦିନ ହେବ ମୟୂରଭଞ୍ଜ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳରେ ବିଦୁ୍ୟତ୍ କର୍ମଚାରୀ ଏହି ମହାମାରୀରରେ ସଂକ୍ରମିତ ହେଲେଣି । ସରକାର ବିଭିନ୍ନ ବିଭାଗରେ ସେବା କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା କରିଅଛନ୍ତି । କିନ୍ତୁ ବିଦୁ୍ୟତ୍ କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା ଏବଯାଏଁ କରିନାହାଁନ୍ତି ।
ତେଣୁ ସରକାର ବିଦୁ୍ୟତ୍ କର୍ମଚାରୀମାନଙ୍କୁ ଆବଶ୍ୟକୀୟ କୋଭିଡ୍ ସୁରକ୍ଷା ଉପକରଣ ଯୋଗାଇବା ସହିତ ବିଦୁତ୍ କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ଆବଶ୍ୟକ । ଏହାକୁ ସରକାର ଗୁରୁତ୍ୱର ସହକାରେ ନେଇ ଘୋଷଣା କଲେ କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି ପାଇବ, ଯଦ୍ଦ୍ୱାରା ସେମାନେ ଏହି ବିପଦ ସଂକୁଳ ପରିସ୍ଥିତିରେ ଏହି ଯୁଦ୍ଧରେ ନିଜକୁ ଆଗକୁ ନେବାରେ ପଛାଇବେ ନାହିଁ । ଏହା ସହିତ ମୃତୁ୍ୟ କାଳୀନ ପୁନଃ ଥଇଥାନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବୀମା ଅନ୍ତର୍ଭୁକ୍ତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଅଛି ।
ଉକ୍ତ ବୈଠକରେ ସହସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଶୁକ୍ଲ. ଡିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି ଏବଂ ଦେବାଶିଷ ବେହେରା, ସଞ୍ଜୟ ଘୋଷ, ତାପସ ବେହେରା, ଶୈଳେନ୍ଦ୍ର ସାହୁ, ପ୍ରମୋଦ ପାତ୍ର, ମନୋଜ କଲିଆ, ସୁମନ ସଞ୍ଜିତ୍ ମହାନ୍ତ ଓ ପ୍ରଦୀପ ନାଥ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରୀ ସରକାରଙ୍କ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷାକରି ଓ ମାସ୍କ ପରିଧାନ କରିଥିଲେ ।