ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଭିିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍ଙ୍କ ସୁପାରିଶ କ୍ରମେ ଜିଲ୍ଲା ମେଡିକାଲ ବୋର୍ଡର ତୃତୀୟ ପର୍ଯ୍ୟାୟ ଆୟୋଜିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅବନୀ କୁମାର ପତୀଙ୍କ ସହଯୋଗ କ୍ରମେ ଏହି ଭିନ୍ନକ୍ଷମ ପ୍ରମାଣପତ୍ର ଶିବିରରେ ଶ୍ରବଣ ବାଧିତ, ଭେଷକ, ଅସ୍ତିଶଲ୍ୟ ମାନସିକ ବିଭାଗର ମୋଟ ୩୫ଜଣଙ୍କର ଅନଲାଇନ୍ ପଞ୍ଜିକରଣ ଓ ନିଦାନ କରାଯାଇ ୟୁଡିଆଇଡି ନମ୍ବର ସହିତ ପ୍ରମାଦ ପତ୍ର ପ୍ରଦାନ କରାଯାଇଛି ଏହି ମେଡିକାଲ ବୋର୍ଡରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଚକ୍ଷୁ, ନାଶା, କର୍ଣ୍ଣ ଓ ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡଃ ବିଶ୍ୱନାଥ ଦାସ, ଭେଷଜ ବିଭାଗୀୟ ବରିଷ୍ଠ ବିଶେଷଜ୍ଞ ଡଃ ତପନ କୁମାର ଆ·ର୍ଯ୍ୟ ମାନସିକ ବିଭାଗର ଡଃ ପ୍ରଦୀପ କୁମାର ନାୟକ, ଚକ୍ଷୁ ବିଭାଗର ଡଃ ମିତା ମିଶ୍ର ଓ ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ମହୋନ ଚରଣ ମୁର୍ମୁ ନିରିକ୍ଷଣ କରିଥିଲେ ।
ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ବରିଷ୍ଠ ଓଡିଓଲୋଜିଷ୍ଟ ମାସନ କୁମାର ନାୟକ ‘ଜିଓଥରପିଷ୍ଟ ରମେଶ୍ୱର ପୁଥାଳ ସାଇକଲୋଜିଷ୍ଟ ଚନ୍ଦ୍ର ଶେଖର ନାୟକ ମବିଲିଟି ଇନ୍ସ୍ପେକ୍ଟର ପ୍ରବୀଣା ଦାସ, ବିପିନ ବିହାରୀ ବେହେରା, ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନୀ ପତି, ମନୋଜ ବେହେରା, ସଞ୍ଜସ ଭୁୟାଁ, ଶତପଥୀ ଶିନୁ ଦାସଅଧିକାରୀ, ରାଧାଶ୍ୟାମ ପଟ୍ଟନାୟକ ଆଦି ସହଯୋଗ କରିଥିଲେ । ପ୍ରମୁଖ ପଞ୍ଜିକରଣରେ ସ୍ୱେତ ବାହୀନି ମିଶ୍ର, ରୋଜାଲିନ୍ ସାହୁ, କାର୍ତ୍ତିକେଶ୍ୱର ଦତ୍ତ, ମାନସ କୁମାର ଦଣ୍ଡପାଟ, ସାଗର କୁମାର ଦ୍ୱିବେଦୀ ଓ ଉତ୍ତମ କୁମାର ପାଲ୍ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ ।