Odisha news

ଜୁଲାଇ ୧ ରୁ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ “ଚନ୍ଦନ ଗଛ’ ଲଗାଇବ ଭଞ୍ଜସେନା

0

ବାରିପଦା  : ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତପ୍ତ ହୋଇପଡିଥିବା ବାରିପଦା ସହର ବହୁବାର ବିଶ୍ୱର ୧୦ ଗୋଟି ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ସହର ଭାବେ ବିଶ୍ୱରେ ପରିଚିତ ହୋଇପାରିଲା, ଏଣୁ ଆଗାମୀ ଦିନରେ କିଭଳି ଏଭଳି ସମସ୍ୟାକୁ ମୁକାବିଲା କରିହେବ ସେନେଇ ସାଇ ବିନାୟକ କଲ୍ୟାଣ ମଣ୍ଡପ ଠାରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରୁ ସଂଗଠନର ବରିଷ୍ଠ କର୍ମକର୍ତ୍ତା ଏବଂ ସବୁବର୍ଗର ଲୋକଙ୍କୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜୁଲାଇ ୧ତାରିଖରୁ ଜିଲ୍ଲାର ୪୦/୫୦ ଗୋଟି ଧାର୍ମିକ ପୀଠରେ ଚନ୍ଦନ ଗଛ ଲଗାଇ ବ୍ୟାପକ ଭାବେ “ବୃକ୍ଷ ରୋପଣ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ନଦୀ ଓ ପୋଖରୀ କୂଳରେ ବର ଗଛ, ଅଶ୍ୱସ୍ଥ ଗଛ, ତାଳ ଗଛ ପରି ଗଛ ଲଗାହେବ ଏବଂ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ଭାବେ ୩/୪ ବର୍ଷର ବଉଳ, ନିମ୍ବ, ଜାମୁକୁଳି, କରଞ୍ଜ, କୁସୁମ, ଆମ୍ବ, ପଣସ ପରି ଅନ୍ୟାନ୍ୟ ଔଷଧୀୟ ଗଛ ସହିତ ପଶୁପକ୍ଷୀଙ୍କ ପାଇଁ ଫଳନ୍ତି ଗଛ ମଧ୍ୟ ରୋପଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ସଂଗଠନର ଜିଲ୍ଲା ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ, ଲାଲ ବାହାଦୁର ମହାନ୍ତି, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ବାଜୁନ ହଁସଦାଃ, କନିକା ବୋଷ, ରାକେଶ ମହାନ୍ତି, ଜ୍ୟୋତିରଞ୍ଜନ ପୃଷ୍ଟି, ରବିନ ମହାନ୍ତି, ସୁନ୍ଦର ମୋହନ ଟୁଡୁ, ସଞ୍ଜୟ ହାଁସଦାଃ, ମନୋରଞ୍ଜନ ବାରିକ, ସତ୍ୟ ପ୍ରକାଶ ମହାନ୍ତି, ସିଙ୍ଗରାୟ ହେମ୍ବ୍ରମ, ଅମିତ କୁମାର ଓ ଭାଗବତ ହେମ୍ବ୍ରମ ପ୍ରମୁଖଙ୍କ ସହ ଜିଲ୍ଲାର ବହୁ ଯୁବ ଓ ଛାତ୍ର ସଂଗଠକ ମାନେ ସାମିଲ ହୋଇଥିଲେ । ଏଥିସହିତ ପ୍ରସ୍ତୁତି ବୈଠକରେ ପରିବେଷବିତ୍ ଭାନୁମିତ୍ର ଆଚାର୍ଯ୍ୟ, ସମାଜସେବୀ ସଂଜୀବ ଦ୍ୱିବେଦୀ, ବଳଦେବ ଶତପଥୀ ଓ ରାକେଶ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ହୋଇ ଗଛ ଲଗାଇବା ଓ ବଡହେବା ପର୍ଯ୍ୟନ୍ତ ତାର ଯନô ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିବା ନେଇ ମୁଖପାତ୍ର ମାନସ ବେହେରା ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Leave A Reply