Odisha news

୧୮ନଂ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ପିକ୍ଅପ୍, ୩ ଆହତ

0

ବାରିପଦା  : ପାଲବଣୀ ୧୮ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଅକାମୀ ହୋଇ ପୂର୍ବରୁ ଛିଡାହୋଇ ରହିଥିବା ଜେଏଚ୍-୦୮ଏଏମ୍-୧୧୨୪ ନମ୍ବର ବିଶିଷ୍ଟ ଏକ ମାଲ ବୋଝେଇ ଟ୍ରକକୁ ଆଜି ଏକ ପିକ୍ଅପ ଗାଡି ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଧକ୍କାରେ ପିକ୍ଅପ୍ ଗାଡିରେ ଥିବା ୩ଜଣ ଗୁରୁତର ଆହତ ହୋଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦୁର୍ଘଟଣାଗ୍ରସ୍ତ ଓଡି-୦୧ଏଏକ୍ସ-୨୬୫୫ ନମ୍ବର ବିଶିଷ୍ଟ ପିକ୍ଅପ୍ ଗାଡି ବାଲେଶ୍ୱରରୁ ମୁ୍ୟଜିକାଲ ସରଞ୍ଜାମ ନେଇ ବାରିପଦାକୁ ଆସୁଥିବାବେଳେ ପୂର୍ବରୁ ଛିଡା ହୋଇ ରହିଥିବା ଏକ ମାଲବୋଝେଇ ଟ୍ରକକୁ ଧକ୍କା ଦେଇଥିଲେ । ଫଳରେ ଏହି ଗାଡିର ଆଗପାଖ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବଳେ ଏଥିରେ ଥିବା ୩ଜଣ ଗୁରୁତର ଆହତ ହୋଇଥିଲେ । ଆହତ ୩ଜଣ ନୀଳଗିରି ଅନ୍ତର୍ଗତ ସଜନାଗଡ ଗ୍ରାମର ପ୍ରଦୀପ ବେହେରା, ଅଜିତ୍ ମହାନ୍ତ ଓ ଗଣେଶ ମଢେଇ । ଏନେଇ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

Leave A Reply