Odisha news

ବିଜେପି ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀଙ୍କ ଦୁର୍ଦ୍ଦଶାଗ୍ରସ୍ତ ବସ୍ତି ପରିଦର୍ଶନ

0

ବାରିପଦା  : ବିଜେପିର ମୟୂରଭଞ୍ଜ ଲୋକସଭା ଆସନ ପ୍ରାର୍ଥୀ ନବଚରଣ ମାଝୀ ଗୁରୁବାର ବାରିପଦାର ୮ନମ୍ବର ୱାର୍ଡ ଅନ୍ତର୍ଗତ ଅବହେଳିତ ଡଙ୍ଗାସାହି ବସ୍ତି ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସେଠାରେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ବୁଝିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ବାରିପଦା-ପୋଡ଼ାଅସ୍ତିଆ ସଂଯୋଗକାରୀ (ବୁଢ଼ାବଳଙ୍ଗ ନଦୀ ଉପରେ) ପୋଲ ନିର୍ମାଣ ହେବା ପରେ ଯାତାୟାତ ଦୃଷ୍ଟିରୁ ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଡଙ୍ଗାସାହି ବସ୍ତି ବାସିନ୍ଦାମାନେ ଶ୍ରୀ ମାଝୀଙ୍କୁ ଅବଗତ କରାଇଥିଲେ । ସ୍ଥାନୀୟ ଅଧିବାସୀଙ୍କ ଅସୁବିଧା କଥା ଶୁଣିବା ପରେ ତାଙ୍କ ଦଳ କ୍ଷମତାକୁ ଆସିଲେ ଏହାର ସମାଧାନ କରାଯିବ ବୋଲି ଶ୍ରୀ ମାଝୀ ଆଶ୍ୱାସନା ଦେଇଥିଲେ । ଶ୍ରୀ ମାଝୀଙ୍କ ଏହି ଦୁର୍ଗତ ଅଞ୍ଚଳ ପରିଦର୍ଶନ ବେଳେ ତାଙ୍କ ସହ ବିଜେପି ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀ, ବରିଷ୍ଠ ନେତା ନରୋତ୍ତମ ପାଣିଗ୍ରାହୀ, ସ୍ଥାନୀୟ ଯୁବନେତା ତରୁଣ ପାଲବାବୁ ଓ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିପୂର୍ବରୁ ବିଜେପିର ୮ନମ୍ବର ୱାଡ଼ ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଥିଲା । ଶ୍ରୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉତ୍ସବରେ ବହୁ ଯୁବକ ଓ ମହିଳା ଯୋଗ ଦେଇଥିଲେ ।

Ad2
Leave A Reply